AD

Shri Jagannath's incomparable lila musha says 'Jai Jagannath || ଶ୍ରୀ ଜଗନ୍ନାଥଙ୍କ ଅପୂର୍ବ ଲୀଳା ମୂଷା କହୁଛି ‘ଜୟ ଜଗନ୍ନାଥ

 



ମୂଷା କଥା କହୁଛି । ଜୟ ଜଗନ୍ନାଥ କହୁଛି । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଦୃଶ୍ୟ। ଆଜି ସକାଳୁ ଜଣେ ମହିଳା ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ବେଳେ ସାଙ୍ଗରେ ଦୁଇଟି ମୂଷା ଆଣିଥିଲେ। ତେବେ ଭକ୍ତ ଜଣକ ଜୟ ଜଗନ୍ନାଥ କହିବା ମାତ୍ରେ ମୂଷା ମଧ୍ୟ ତାଙ୍କ ସହିତ ଜୟ ଜଗନ୍ନାଥ କହୁଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ସିଂହଦ୍ଵାର ନିକଟରେ ମଧ୍ୟ ମୂଷା ଦୁଇଟି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିବାର ଦେଖିବାକୁ ମିଳିଛି। 

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ସେଠାରେ ଉପସ୍ଥିତ ଥିବା ସେବାୟତ, ପୋଲିସ କର୍ମଚାରୀ ଏଭଳି ଦୃଶ୍ୟ ଦେଖି ଆଚମ୍ବିତ ହୋଇଯାଇଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଥିଲେ ଯେକୌଣସି ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଯାଏ ବୋଲି ଯେଉଁ ବିଶ୍ବାସ ରହିଛି ତାହା ଏହି ଦୁଇଟି ମୂଷା ଆଜି ପ୍ରମାଣିତ କରିଦେଇଛନ୍ତି। କଳା, ଧଳା ଏହି ଦୁଇଟି ମୂଷାକୁ ଭକ୍ତ ଜଣକ ଅତି ସୁନ୍ଦର ଭାବେ ଲାଳନ ପାଳନ କରୁଥିବା ବେଳେ ଅତି ସୁନ୍ଦର ଭାବେ ସଜ୍ଜିତ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କୁ ଆଣିଥିବା ଭକ୍ତ ଜଣକ କହିଛନ୍ତି।

Post a Comment

0 Comments