AD

Sand artist Padmashri Sudarshan Patnaik has created the world's largest Santa Claus || ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟା କ୍ଲଜ୍

 


ପବିତ୍ର ବଡ ଦିନ ଵା କ୍ରୀଷ୍ଟମାସ ଅବସରରେ ପୁରୀ ବ୍ଲୁ ଫ୍ଲାଗ ବୀଚ ଠାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । କ୍ରିସମାସ ଅବସରରେ ବାଲୁକା କଳାରେ ଗିଫ୍ଟ ଏ ପ୍ଲାଣ୍ଟ, ଗ୍ରୀନ ଦ ଆର୍ଥର ବାର୍ତ୍ତା । ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟା କ୍ଲଜ୍ । ଏହି ବାଲୁକାକଳାରେ ୨ ଟନ୍ ଓଜନର ପ୍ରାୟ ୧ଲକ୍ଷ ପିଆଜର ବ୍ୟବହାର କରି ନିର୍ମିତ ହୋଇଛି ଏହି ସାଣ୍ଟା କ୍ଲଜ । ବ୍ଲୁ ଫ୍ଲାଗ ବିଚରେ ୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ଏହି ବାଲୁକାକଳାକୁ ପ୍ରସ୍ତୁତ କରିବା ପାଇଁ ସୁଦର୍ଶନ ଓ ତାଙ୍କ ବାଲୁକାକଳା ଅନୁଷ୍ଠାନର ୩୧ ଜଣ ପିଲାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା ।

ସାଣ୍ଟା କ୍ଲଜ୍ ଜରିଆରେ ବିଭିନ୍ନ ଉପହାର ଦିଆଯାଉଥିବା ବେଳେ ଏହି ବାଲୁକାକଳା ମାଧ୍ୟମରେ ପୃଥିବୀକୁ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଉପହାର ଦେବାର ରହିଛି ସୁନ୍ଦର ବାର୍ତ୍ତା । ବାଲୁକା କଳାଟିରେ ସାଂଟାକ୍ଲଜ ନିଜେ ପୃଥିବୀକୁ ସବୁଜ କରିବା ପାଇଁ ଉପହାର ସ୍ୱରୂପ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବାକୁ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ସୁଦର୍ଶନଙ୍କ ସମ୍ମାନ ସୂଚୀରେ ଯୋଡ଼ି ହେଇଛି ଆଉ ଏକ ନୂଆ ଆୱାର୍ଡ଼ world record books of India ।

ଯାହାକୁ ନେଇ ସୁଦର୍ଶନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ତେବେ ବ୍ଲୁ ଫ୍ଲାଗ ବୀଚଠାରେ ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ପକ୍ଷରୁ ସୁଦର୍ଶନ ପଟ୍ଟନାୟକଙ୍କୁ ମେଡାଲ ଏବଂ ପ୍ରଣାମପତ୍ର ପ୍ରଦାନ କରାଯାଇଛି । ଏହି ବାଲୁକା କଳା ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକ ମାନଙ୍କର ଖୁବ ଭିଡ ଜମିଥିଲା ।

Post a Comment

0 Comments