AD

Puri Shrimandir Parikrama project will be launched on January 17 || ଜାନୁଆରୀ ୧୭ରେ ଲୋକାର୍ପିତ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

 


ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜାନୁଆରୀ ୧୭ରେ ଲୋକାର୍ପିତ ହେବ । ଶ୍ରୀମନ୍ଦିର ପରିକ୍ରମାର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କୁ ଆଜି ଅର୍ପଣ କରାଗଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନିମନ୍ତ୍ରଣ ପତ୍ର ପାଟ ପଟୁଆରରେ ବାହାରି ଶ୍ରୀମନ୍ଦିର ଯାଇଥିଲା।

ମହାପ୍ରଭୁଙ୍କ ପରେ ପ୍ରଭୁ ନୃସିଂହ, ମାଆ ବିମଳା,ମାଆ ମଙ୍ଗଳା ଓ ଶେଷରେ ପଞ୍ଚୁ ପାଣ୍ଡବଙ୍କୁ ନିମନ୍ତ୍ରଣ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ୨୪ ରେ ହେବ । ଏହାପରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ପ୍ରାୟ ୧୦୦ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଯିବ ।  ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର, ପ୍ରସିଦ୍ଧ ମନ୍ଦିର, ଚାରି ଧାମ, ଚାରି ଶଂକରାଚାର୍ଯ୍ଯଙ୍କୁ ନିମନ୍ତ୍ରଣ କରାଯିବ। ନିମନ୍ତ୍ରଣ ପତ୍ର ସହିତ ଏକ ସ୍ୱତନ୍ତ୍ର କିଟ୍ ଦିଆଯିବ।

ଏଥିରେ ପରିକ୍ରମା ପ୍ରକଳ୍ପ କଣ, ଭକ୍ତ ଓ ଦର୍ଶନାର୍ଥୀମାନେ କି ସୁବିଧା ପାଇବେ ସେ ସମ୍ପର୍କରେ ଅବଗତ ହୋଇ ପାରିବେ। ଆସନ୍ତାକାଲି ଠାରୁ ନିମନ୍ତ୍ରଣ ପତ୍ର ବାଣ୍ଟିବା ଆରମ୍ଭ ହେବ । ଏଥିପାଇଁ ଜିଲ୍ଲାୱାରୀ ଏକ ତାଲିକା ପ୍ରସ୍ତୁତ ହୋଇଛି।

Post a Comment

0 Comments