AD

Mayurbhanj is shivering in winter || ଶୀତରେ ଥରୁଛି ମୟୁରଭଞ୍ଜ


 ଶୀତ କବଳରେ ମୟୁରଭଞ୍ଜ। ପାରଦ ତଳମୁହାଁ ହେଉଛି । ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୧ ରୁ ୨ ଡିଗ୍ରୀ ମଧ୍ୟରେ ରହୁଛି । ଶିମିଳିପାଳ ଅଭୟାରଣ୍ୟର ସର୍ବନିମ୍ନ ତାପମାତ୍ରା ଉପର ବାରାକାମୁଡ଼ାରେ ରେକର୍ଡ କରାଯାଉଛି । କରଞ୍ଜିଆ ଉପଖଣ୍ଡ ଯଶିପୁର,କରଞ୍ଜିଆ, ଶୁକୃଳି,ରରୁଆ ଓ ଠାକୁରମୁଣ୍ଡା ଅଞ୍ଚଳରେ ହାଲୁକା କୁହୁଡି ସାଙ୍ଗକୁ  ଅନୁଭୂତ ହେଉଛି ହାଡ଼ଭଙ୍ଗା ଶୀତ ।

  ସକାଳ ୯ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ । ସକାଳୁ ସକାଳୁ ଲୋକେ କାର୍ଯ୍ୟକୁ ଯିବା ପାଇଁ ମଧ୍ୟ ବିଳମ୍ବ ହେଉଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଜାଗା ଜାଗାରେ ନିଆଁ ପୁଇଁ ହେଉଛନ୍ତି । ସେହିପରି ସନ୍ଧ୍ୟା ହେଲେ  ରାସ୍ତାଘାଟ ଶୁନଶାନ୍ ହୋଇପଡୁଛି।

Post a Comment

0 Comments