AD

Maoists blew up the railway idea || ରେଳ ଧାରଣା ଉଡ଼ାଇଲେ ମାଓବାଦୀ


 


ରେଳ ଧାରଣା ଉଡ଼ାଇଲେ ମାଓବାଦୀ ରାଉରକେଲା ସୀମାନ୍ତରେ ଥିବା ଗୋଇଲକେରା-ପୌସୈତା ଷ୍ଟେସନ୍ ମଧ୍ୟରେ ସିପିଆଇ ମାଓବାଦୀମାନେ ରେଳ ଧାରଣା ଉଡ଼ାଇ ଦେଇଛନ୍ତି। ବିଳମ୍ବିତ ରାତିରେ ନକ୍ସଲ ରେଳ ଧାରଣା ଉଡ଼ାଇ ଦେଇଥିବା ଜଣାପଡ଼ିଛି। ଏହାପରେ ମୁମ୍ବାଇ-ହାୱଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ପ୍ରଥମେ ଶାଲିମାର୍-କୁର୍ଲା ଏକ୍ସପ୍ରେସକୁ ଗୋଇଲକେରା ଷ୍ଟେସନ୍ ନିକଟରେ ଅଟକାଯାଇଥିଲା। ତାପରେ ବାଟରେ ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି। ଏହାଫଳରେ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣେ ଘଟଣାସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଛି।

ଘଟଣାସ୍ଥଳରେ ସିଆରପିଏଫ୍ ଯବାନ, ପୁଲିସ ଓ ବମ୍ ସ୍କ୍ୱାର୍ଡ ପହଞ୍ଚି ଯାଞ୍ଚ କରିଥିଲେ। ତାପରେ ମରାମତି କାମ ଆରମ୍ଭ ହୋଇଥିଲା। ପ୍ରାୟ ସାଢ଼େ ୧୧ ଘଣ୍ଟା ପରେ ସକାଳ ସାଢ଼େ ୯ଟାରେ ଟ୍ରାକ୍ ମରାମତି ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ରହିଛି।

Post a Comment

0 Comments