AD

In marijuana clothing Marijuana Trafficking || ଗଞ୍ଜେଇ ପୋଷାକରେ ଗଞ୍ଜେଇ ଚାଲାଣ

 


ଅଭିନଵ ଉପାୟରେ ଗଞ୍ଜେଇ ଚୋରା ଚାଲାଣ l ନିଜ ଦେହରେ ଗଞ୍ଜେଇକୁ ଟେପ ମାଧ୍ୟମରେ ସିଲ କରି ଚୋରାଚାଲାଣ  କରୁଥିଲା ଜଣେ ୱେଷ୍ଟବେଙ୍ଗଲର ମାଫିଆ l ପାଡୁଆ ପୋଲିସ ୱେଷ୍ଟବେଙ୍ଗଲର ମାଫିଆ ବୁଲନ ଖାଁ ଠାରୁ 28 କେଜି ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି l ପାଡୁଆ ଗ୍ରାମର ବଡଦେବତା ନିକଟରେ ଜଣେ ଯୁବକ ଗାଡିକୁ ଅପେକ୍ଷା କରିଥିବା ବେଳେ ପାଡୁଆ ପୋଲିସ ସନ୍ଦେହ କରି ଯାଞ୍ଚ କରିବାରୁ ନିକଟରେ ରଖିଥିବା ବସ୍ତା ଏବଂ ଦେହରେ ଲୁଚାଇ ରଖିଥିବା 7 କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ l

 ଏହି ଗଂଜେଇ ପାଡୁଆ ଅଞ୍ଚଳରୁ ୱେଷ୍ଟ ବେଙ୍ଗଲ ଯିବା ପରେ ସେଠାରୁ ବାଂଲାଦେଶ ଚୋରା ଚାଲାଣ ହୋଇଥାନ୍ତା l ମାଫିଆ ଠାରୁ ପ୍ରାୟ 28 କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ 3 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l ଏବଂ ଅଭିଯୁକ୍ତ କହିବା କଥା ଏହି ଗଞ୍ଜେଇ ବାଂଲାଦେଶ ରେ କିଲୋ ପ୍ରତି 50ହଜାର ରହିଛି l

Post a Comment

0 Comments