AD

In the forest of Buddha Armed Naxals || ବୌଦ୍ଧ ଜଙ୍ଗଲରେ ସଶସ୍ତ୍ର ନକ୍ସଲ

 



ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ ଫାଣ୍ଡି ଅନ୍ତର୍ଗତ ନଳୀକୁମ୍ପା ଜଙ୍ଗଲରେ SOG ଯବାନଙ୍କ କମ୍ବିଂ ଅପରେସନ ଘଟଣା। ଏସପି ରାଜ ପ୍ରସାଦ ଙ୍କ ସାମ୍ବାଦିକ ସମ୍ମିଳନୀ। ସୂଚନା ଅନୁଯାୟୀ ଗତ 13 ତାରିଖ ରେ ପୋଲିସ ଗୁଇନ୍ଦା ସୂତ୍ର ରୁ ଖବର ପାଇଥିବା ନଳୀ କୁମ୍ପା ଜଙ୍ଗଲ ରେ ଗୋଟିଏ ଆର୍ମଡ୍ ନକ୍ସଲ ଟିମ୍ ବୁଲୁଛନ୍ତି। ଯାହାକୁ ନେଇ ପୋଲିସ ଏକ ଅପରେସନ ପ୍ଲାନ କରି SOG ଟିମ୍ କୁ ସେଠାକୁ ପଠାଇଥିଲେ।  ତେବେ ଗତକାଲି ମାଓବାଦୀ ମାନେ SOG ଯବାନ ଙ୍କ ଉପରକୁ ଜୋରଦାର ଗୁଳି ଚାଳନା ଏବଂ ବୋମା ମାଡ଼ ମଧ୍ୟ କରିଥିଲେ। ତେବେ SOG ଯବାନ ପକ୍ଷରୁ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ବାନ ଦିଆଯାଇଥିଲା ହେଲେ ସେମାନେ ଗୁଳି ଚାଲନା ଜାରି ରଖିଥିଲେ । ଯାହାକୁ ନେଇ SOG ଯବାନ ମାନେ ମଧ୍ୟ ଗୁଳି ଚାଳନ କରିଥିଲେ ଏବଂ ପ୍ରାୟ 20 ରୁ 25 ମିନିଟ ଗୁଳି ବିନିମୟ କରିଥିବା ବେଳେ ପ୍ରାୟ 80 ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ପରବର୍ତ୍ତୀ ସମୟରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ପଳାଇଥିବା ବେଳେ SOG ଯବାନ ଙ୍କ ଦ୍ଵାରା ସର୍ଚ୍ଚ ଅପରେସନ କରାଯାଇ ବହୁ ମାଓ ସାମଗ୍ରୀ ଜବତ କରିବା ସହିତ 3 IED ବୋମା କୁ ମଧ୍ୟ ନିଷ୍କ୍ରିୟ କରିଛନ୍ତି।

 ତେବେ କମ୍ବିଂ ରେ ବହୁ  IED, ବ୍ୟାଟେରୀ, ରକେଟ ଲଞ୍ଚର, ମେଡ଼ିସିନ, ଟିଫିନ୍ ବମ୍, ପୋଷାକ, ଖାଦ୍ୟ ସାମଗ୍ରୀ ଆଦି ଜବତ କରିଛନ୍ତି ଏସଓଜି ଜବାନ ।ଏହା ସହିତ କମ୍ବିଂ ବେଳେ 12 ଟି IED ବୋମା, 4 ଟି ଜିଲେଟିନ୍, 4 ଟି ହାତ ଗ୍ରେନେଡ, 2 ଟି ଜୀବନ୍ତ SPGL, ବିଦ୍ୟୁତ୍ ତାର, ବ୍ୟାଟେରୀ, ବାରୁଦ ପ୍ୟାକେଟ ସହ ବହୁ ସାମଗ୍ରୀ ଜବତ ହୋଇଛି । ଏହି ସଂକ୍ରାନ୍ତରେ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତେବେ ସେହି ଅଞ୍ଚଳରେ ମାଓ ଅପରେସନ ଜାରି ରହିଛି ବୋଲି ବୌଦ୍ଧ ଏସ.ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି। 

Post a Comment

0 Comments