AD

G. of Kandhamal district. Udayagiri has become the coldest city today || କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଆଜି ସବୁଠୁ ଥଣ୍ଡା ସହର ପାଲଟିଛି

 

 

ଜାରି ରହିଛି ଶୀତ ଲହରି । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଆଜି ସବୁଠୁ ଥଣ୍ଡା ସହର ପାଲଟିଛି । ସେଠାରେ ରାତିର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ୧୬ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରେକର୍ଡ ହୋଇଛି । ସେମିଳିଗୁଡାରେ ୫.୬, ଫୁଲବାଣୀରେ ୬, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭.୧, କୋରାପୁଟରେ ୭.୭, କେନ୍ଦୁଝରରେ ୭.୮, ଦାରିଙ୍ଗବାଡିରେ ୮, ଅନୁଗୁଳରେ ୮.୬ ଡିଗ୍ରୀ ରହିଥିଲା ରାତିର ସର୍ବନିମ୍ନ ତାପମାତ୍ରା । ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୩. ୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

ରାଜ୍ୟରେ ଆଜିଠାରୁ କମିପାରେ ଶୀତ ଲହରି । ଆଗାମୀ ୨-୩ ଦିନରେ ରାତ୍ରି ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ସମ୍ଭାବନା ରହିଛି । ଫଳରେ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ । ଆଜିଠୁ ଶୀତ ପ୍ରଭାବ କମିବା ସମ୍ଭାବନା ଥିଲେ ବି ଘନ କୁହୁଡ଼ିର ପ୍ରଭାବ ଜାରି ରହିବ । ଦୁଇ ଦିନ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କେତେକ ଉପକୂଳ ସହ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଚେତାବନୀ ଜାରି ହୋଇଛି । ଆଜି ପାଇଁ ୧୩ ଜିଲ୍ଲା ଓ ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।


Post a Comment

0 Comments