AD

Cuttack police raided fake gutkha and bead factories || ନକଲି ଗୁଟଖା ଓ ବିଡି କାରଖାନା ଉପରେ ଚଢ଼ାଉ କଲା କଟକ ପୋଲିସ

 



ଅପମିଶ୍ରିତ ମସଲା, ସସ, ଆକ୍ବାଗାର୍ଡ ପରେ ଏବେ ନକଲି ଗୁଟଖା ଓ ବିଡି କାରଖାନା ଉପରେ ଚଢାଉ କରିଛି କମିଶନରେଟ ପୋଲିସ ।କଟକ ଦରଘାବଜାର ଥାନା ପୋଲିସ କେଶରପୁର ଅଞ୍ଚଳରେ ଏକ ଘରେ ଏହି ବ୍ୟବସାୟ କରାଯାଉଥିବା ଖବର ପାଇ କରିଥିଲା ଚଢାଉ।ଚଢାଉ ସମୟରେ ଦୁଇଜଣ ଙ୍କୁ ଗିରଫ କରିବା ବିଡି ଓ ଗୁଟୁଖା ତିଆରି ରେ ବ୍ୟବହୃତ ଲକ୍ଷାଧିକ ଟଙ୍କାର ନକଲି ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ହଲେ ଇଣ୍ଡୋ ମ୍ୟାକ୍ସ ସେଲ ଟବାକୋ ଓ ବିଡି ଦୋକାନର ମାଲିକ ଘନଶ୍ୟାମ ପଟେଲ ଓ କେ. ରାଜେଶ । ତେବେ ଉଭୟ କେଉଁଠାରୁ ଏହି ନକଲି ଅପମିଶ୍ରିତ ବିଡି ତିଆରି ଓ ଗୁଟଖା ଆଣୁଥିଲେ ସେ ନେଇ ପୋଲିସ ଖୋଳତାଡ ଜାରି ରଖିଛି।ତେବେ ଉଭୟଙ୍କୁ ସନ୍ଧ୍ୟାରେ କୋର୍ଟଚାଲାଣ କରିଛି କଟକ କମିଶନରେଟ ପୋଲିସ।

Post a Comment

0 Comments