AD

ସାବାଡ଼ ହେବେ ଜଙ୍ଗଲ ମାଫିଆ ଓ ଶିକାରୀ

 


ସାବାଡ଼ ହେବେ ଜଙ୍ଗଲ ମାଫିଆ ଓ ଶିକାରୀ । ଶିମିଳିପାଳ ବ୍ୟାଘ୍ର ଅରଣ୍ୟ ସୁରକ୍ଷା ପାଇଁ ନୂଆ ଗାଡି । ସ୍ୱତନ୍ତ୍ର ବୋଲୋରୋରେ ଜଗିବେ ଟାସ୍କଫୋର୍ସ । ଶିମିଳିପାଳ ବ୍ୟାଘ୍ର ଅରଣ୍ୟରେ କର୍ମଚାରୀଙ୍କ ଯାତାୟାତ ,ପରିବହନ, କ୍ୟାମ୍ପ, ଜିନିଷପତ୍ର ନେବାଆଣିବା ଏବଂ ନାଇଟ ପେଟ୍ରୋଲିଙ୍ଗ ସବୁବେଳେ ଚାଲେଞ୍ଜିଙ୍ଗ ହୋଇଥଏ । ବନ୍ୟା ଜନ୍ତୁ ଓ ସ୍ଥାନୀୟ ଶିକାରୀଙ୍କ ଠାରୁ ବିପଦ ରହିଥାଏ  ତା ସହିତ ପାହାଡ଼ିଆ ରାସ୍ତା ସେଥିପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ ହେଇଥିବା ମୋଡିଫାଏଡ଼  ଗାଡି କର୍ମଚାରୀଙ୍କୁ ଦିଆ ଯାଇଛି  ୧୪ ଟି ଫୋରଭୀଲ ଗାଡି ଯୋଗାଇ ଦେଇଛନ୍ତି ସରକାର ୧୪ଟି ଅଲିଭ ସବୁଜ ରଙ୍ଗର ବୋଲେରୋ ଶିମିଳିପାଳରେ ଘୁରିବୁଲିବ । ଶିମିଳିପାଳରେ ପାହାଡି ରାସ୍ତାକୁ ଦୃଷ୍ଟିରେ ରଖି ଏହି ଗାଡି ଗିଦିକା ଡିଜାଇନ କରାଯାଇଛି । ସବୁ ଋତୁରେ ଏବଂ ସବୁ ସମୟରେ ଏହି ଗାଡି ଗୁଡିକ ସୁବିଧାରେ ଯାତାୟାତ କରିପାରିବ ଓ ଶିମିଳିପାଳ ସୁରକ୍ଷାରେ  ସହାୟତା କରିପାରିବ ।

Post a Comment

0 Comments