AD

ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ଚୋରି ଅଭିଯୋଗରେ ଗ୍ରାମ ରୋଜଗାର ସେବକ ଅଟକ

 


ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ବାଉଁଶବିଲା ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ଚୋରି ଅଭିଯୋଗରେ ଗ୍ରାମ ରୋଜଗାର ସେବକ ଅଟକ। ଗ୍ରାମବାସୀ ଜିଆରଏସଙ୍କୁ ଅଟକ ରଖି ପୋଲିସର ଜିମା ଦେଲେ । ଏଭଳି ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ ବାଉଁଶବିଲା ପଞ୍ଚାତୟରେ ଦେଖିବାକୁ ମିଳିଛି।


ପଞ୍ଚାୟତ କାର୍ଯ୍ୟାଳୟରୁ ଜିଆରଏସ ଯଶୋବନ୍ତ ବାରିକ ୬୦ କିଲୋ ଚାଉଳ ନେଇ ଯାଉଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ। ଚାଉଳ ନେଉଥିବା ନେଇ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ ଯଶୋବନ୍ତ। ତାଙ୍କ ନାଁରେ ମଧ୍ଯ ପୂର୍ବରୁ ମଧ୍ୟ ଚାଉଳ ଚୋରି କରି ବିକ୍ରୀ କରିବା ଅଭିଯୋଗ ଥିବା କହିଛନ୍ତି ଗ୍ରାମବାସୀ । ଉତ୍ତେଜନା ଦେଖାଯିବା ପରେ ଘଟଣା ସ୍ଥଳରେ ଶାମାଖୁଣ୍ଟା ବ୍ଳକ ଉପାଧ୍ୟକ୍ଷ ଓ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ବାରିପଦା ସଦର ଥାନା ପୋଲିସ ଯଶୋବନ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

 


Post a Comment

0 Comments