AD

And there is a stigma in love relationships || ପୁଣି ପ୍ରେମ ସମ୍ପର୍କରେ କଳଙ୍କର ଛିଟା




ପ୍ରେମ ଅମର,ପ୍ରେମ ସତ୍ୟ ପ୍ରେମ ବୁଝେନା ଜାତି ଧର୍ମ ସେଥିପାଇଁ କୁହାଯାଏ ପ୍ରେମ ଅନ୍ଧ ଏକଥା ଆମେ ସଭିଏଁ ଜାଣିଛନ୍ତି କିନ୍ତୁ ଏହି ପ୍ରେମ ମଣିଷକୁ ଏତେ ଅନ୍ଧ କରିଦିଏ ଯେ ନିଜର ସାଧାରଣ ହିତାହିତ ଜ୍ଞାନ ବି ସେ ଭୁଲିଯାଏ ଯାହାର ଏକ ଜ୍ୱଳନ୍ତ ଉଦାରଣ ସାମ୍ନାକୁ ଆସିଛି

ପୁଣି ପ୍ରେମ ସମ୍ପର୍କରେ କଳଙ୍କର ଛିଟା ପୁଣି  ପ୍ରେମ ବଦନାମ ହୋଇଛି ଚଳନ୍ତା କାର ଭିତରେ ପ୍ରେମିକ ନିଜ ପ୍ରେମିକାକୁ ଦୁଷ୍କର୍ମ କରିଛି ଦୁଷ୍କର୍ମ ଅଭିଯୋଗରେ ପ୍ରେମିକକୁ ଗିରଫ କରିଛି ପୋଲିସ୍ ସୂଚନା ଅନୁଯାୟୀ, ଗିରଫ ପ୍ରେମିକ ହେଲା ବାଲିଗୁଡା ବଜାର ସାହିର ଆଶିଷ ମହାପାତ୍ର। ଅଭିଯୁକ୍ତ ବାଲିଗୁଡା ସହରରେ କାର୍ଯ୍ୟରତ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ କ୍ରୀଡା ଶିକ୍ଷୟତ୍ରୀଙ୍କୁ ପ୍ରେମ କରି ଆସୁଥିଲା।  ତେବେ ଦୁଇ ଦିନ ତଳେ ଶିକ୍ଷୟତ୍ରୀଙ୍କୁ ବାହା ହେବ କହି ନିଜ ଘରକୁ ନେଇଥିଲା ଅଭିଯୁକ୍ତ ପ୍ରେମିକ କିନ୍ତୁ ପ୍ରେମିକ ଆଶିଷର ଘର ଲୋକ ବିବାହ କରିବାକୁ ସହମତି ପ୍ରକାଶ କରିନଥିଲେ କାରଣ ଶିକ୍ଷୟତ୍ରୀ ଜଣଙ୍କ ଆଦିବାସୀ ହୋଇଥିବାକୁ ଅନ୍ୟ ଜାତି କହି ଗ୍ରହଣ ନକରିବାକୁ ମନା କରିଦେଇଥିଲେ ଯାହାଫଳରେ ଆଶିଷ ପରେ ଶିକ୍ଷୟତ୍ରୀଙ୍କୁ ନେଇ ଏକ କାରରେ ରାୟପୁର ନେଇଯାଇଥିଲା କିନ୍ତୁ ନେବା ସମୟରେ ଚଳନ୍ତା କାର ଭିତରେ ନିଜ ପ୍ରେମିକାକୁ ଦୁଷ୍କର୍ମ କରିଥିଲା ଆଶିଷ ଏପଟେ ଘଟଣାପରେ ଶିକ୍ଷୟତ୍ରୀ ଜାଣିବାକୁ ପାଇଥିଲେ କାରରେ ଆଶିଷ ତାଙ୍କୁ ରାୟପୁର ନେଇଯାଉଛି ସେ ତୁରନ୍ତ ଏନେଇ ନିଜ ଭାଇକୁ ଏକଥା ଜଣାଇଥିଲେ ଶିକ୍ଷୟତ୍ରୀଙ୍କ ଭାଇ ଆଶିଷକୁ କଲରେ ବାଲିଗୁଡା ଆସିବାକୁ କହିଥିଲେ

ବାଲିଗୁଡା ଆସିବା ପରେ ଶିକ୍ଷୟତ୍ରୀ ଜଣକ ଚଳନ୍ତା କାର ଭିତରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ କହିଥିଲେ ଏହାପରେ ବାଲିଗୁଡା ଥାନାରେ ପ୍ରେମିକା ଲିଖିତ ଅଭିଯୋଗ କରିଥିଲେ ବାଲିଗୁଡା ପୋଲିସ ଅଭିଯୁକ୍ତ ଆଶିଷ କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛନ୍ତି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ ସାହୁ

Post a Comment

0 Comments