AD

Akshat Kalas is reaching every corner of India from Ayodhya || ଭାରତର କୋଣ ଅନୁକୋଣକୁ ଅଯୋଧ୍ୟାରୁ ପହଂଚୁଛି ଅକ୍ଷତ କଳସ

 


ଅଯୋଧ୍ୟାଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭବ୍ୟ ପ୍ରତିଷ୍ଠା ଉତ୍ସବକୁ ଆଉ କିଛି ଦିନ ବାକି । ଏଣୁ ଭାରତର କୋଣ ଅନୁକୋଣକୁ ଅଯୋଧ୍ୟାରୁ ପହଂଚୁଛି ଅକ୍ଷତ କଳସ । ଯାହାକି ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ନିମନ୍ତ୍ରଣ ପତ୍ର ଦେବା ସହ ଗାଁ ଗାଁକୁ ପହଂଚୁଛି କଳସ । ବୈପାରିଗୁଡା ପଶ୍ଚିମେଶ୍ୱର ମନ୍ଦିରରେ ଅକ୍ଷତ କଳସ ପହଂଚିଥିବାର ଦେଖିବାକୁ ମିଳିଛି । ଗ୍ରାମର ଗ୍ରାମବାସୀ ମାନେ ଭକ୍ତି ଭାବର ସହ ନିଜ ନିଜର କଳସ ଧରି ଧ୍ୱଜା, ଘଣ୍ଟ,ଶଙ୍ଗ ବାଦ୍ୟରେ ବୈପାରିଗୁଡା ସହର ସ୍ୱାଗତ କରି କଳସ ସହର ପରିକ୍ରମା କରି ଏକ ବିରାଟ ପଟୁଆରରେ ପଦଯାତ୍ରାରେ ବାହାରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ରାମମନ୍ଦିରକୁ ପାଛୋଟି ନେଇଥିଲେ ।

    

 ସେଠାରେ ଜନସାଧାରଣଙ୍କ ଦର୍ଶନ ପାଇଁ ଅକ୍ଷତ ରଖାଯିବା ପରେ ଆଜି ହମଯଜ୍ଞ ସହ ପୂଜାର୍ଚ୍ଚନା କରାଯାଇ ଆଡମ୍ବର ସହକାରେ ବ୍ଲକର ୨୦ ଗୋଟି ଗ୍ରାମପଂଚାୟତକୁ ଗୋଟିଏ ଗୋଟିଏ କଳସ ପଠାଯାଇଥିବାର ଦେଖିବାକୁ ମିଳିଛି । ଆଗାମୀ ୧ ତାରିଖ ଠାରୁ ବ୍ଲକର ପ୍ରତ୍ୟେକ ପରିବାରକୁ ପବିତ୍ର ଅକ୍ଷତ ଦେବା ସହିତ ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ପତ୍ର ଏବଂ ଭବ୍ୟ ମନ୍ଦିରର ଫୋଟ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Post a Comment

0 Comments