AD

Ahiraj snake rescued from Navghanpur village || ନବଘନପୁର ଗାଁରୁ ଅହିରାଜ ସାପ ଉଦ୍ଧାର

 


ନୟାଗଡ ସହର ଉପକଣ୍ଠ ନବଘନପୁର ଗାଁରୁ ଅହିରାଜ ସାପ ଉଦ୍ଧାର  । ନବଘନପୁର ଗାଁର ପ୍ରଫୁଲ୍ଲ ବାରିକଙ୍କ ଘରେ ଏକ ବିରାଟ କିଙ୍ଗକୋବ୍ରା ସାପ ପଶିଥିବା ଖବର ପାଇ ସାପଧରାଳି ବବଲୁ ପାତ୍ର ଏବଂ ଅଧିକାରୀ ବେହେରା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ୮ରୁ ୧୦ ଫୁଟ ଭିତରେ ହେବ ବୋଲି ବବଲୁ କହିଛନ୍ତି । ଏଭଳି ବିରଳ ସାପ ସାଧାରଣତଃ କ୍ବଚିତ୍ ଦେଖାଯାନ୍ତି । ସାପଟିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

Post a Comment

0 Comments