AD

17 rare oily Borehi fish have been caught from the sea || ସମୁଦ୍ରରୁ ଧରାପଡିଛି ୧୭ ଟି ବିରଳ ତେଲିଆ ବୋରେହି ମାଛ

 



ସମୁଦ୍ରରୁ ଧରାପଡିଛି ୧୭ ଟି ବିରଳ ତେଲିଆ ବୋରେହି ମାଛ। ସମୁଦ୍ର କୂଳ ଠାରୁ ୨୦ ଫାଦାନ ଦୂରରେ ଧରାପଡିଲା ଏହି ବିରଳ ତେଲିଆ ବୋରେହି ମାଛ । ବର୍ତ୍ତମାନ ଅଲିଭ ରିଡଲେ କଇଁଛ ଙ୍କ ଅଣ୍ଡାଦାନ ସମୟ ଯୋଗୁଁ ଏବେ  ସମୁଦ୍ର କୂଳଠାରୁ ୨୦ ଫାଦାନ ମଧ୍ୟରେ ମାଛ ଧରିବା ଉପରେ କଟକଣା ଲଗାଯାଇଛି। ତେଣୁ ବୋଟ ଗୁଡିକ ଗଭୀର ସମୁଦ୍ର ରେ ମାଛ ଧରୁଛନ୍ତି। ନେହେରୁବଙ୍ଗଳା ମାଛ ଧରା ବନ୍ଦର ରୁ ଯାଇଥିବା ପାର୍ବତୀ ନାମକ ବୋଟ ମାଛ ଧରୁଥିବା ବେଳେ ଜାଲରେ ପଡିଥିଲା ଏହି ମାଛ। ଏହି ମାଛ ର ଅନ୍ତ ମେଡିସିନ ପାଇଁ ବ୍ୟବହାର ହେଉଥିବାରୁ ଏହାର ଦର ଅଧିକ ବୋଲି ଜଣା ପଡିଛି। ଗତକାଲି ରାତିରେ ବୋଟ ଟି ପାରାଦ୍ଵୀପ ରେ ପହଞ୍ଚିବା ପରେ ମାଛ ଗୁଡିକୁ ନେହେରୁବଙ୍ଗଳାରୁ ଅଠରବାଙ୍କି ବାଲିପ୍ଲଟ ଅଣାଯାଇ ନିଲାମ କରାଯାଇଥିଲା। କଲିକତାର ଏକ ମାଛ ବ୍ୟବସାୟୀ ଏହି ୧୭ ଟି ଯାକ ମାଛ କୁ ୨୫ ଲକ୍ଷ ଟଙ୍କାରେ  ନିଲାମ ଧରିଛନ୍ତି। ମାଛକୁ ବର୍ତ୍ତମାନ ବରଫ ଦିଆଯାଇ ରଖାଯାଇଛି। ମାଛର ଅନ୍ତ କୁ କଢି ପ୍ୟାକିଂ କରାଯାଇ ମେଡିସିନ ଲାବୋରଟୋରୀ କୁ ପଠାଯିବ ଏବଂ ମାଛ କୁ କଲିକତା ବଜାରରେ ବିକ୍ରୟ କରାଯିବ ବୋଲି ସୂଚନା ମିଳିଛି।

Post a Comment

0 Comments