AD

Winter is growing in Mayurbhanj ମୟୁରଭଞ୍ଜରେ ବଢୁଛି ଶୀତ

 


ସାରା ରାଜ୍ୟରେ ବର୍ତ୍ତମାନ ଶୀତର ଲହରି ଆରମ୍ଭ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନି । ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀକୁ ଖସିଲା । ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡାରେ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ଶୀତ ଲହରୀ ସାଙ୍ଗକୁ ତୁଷାରପାତ ହେବାର ସମ୍ଭାବନା ରହିଛି ।

ପାଣିପାଗ ପକ୍ଷରୁ ଆଗକୁ ତାପମାତ୍ରା ଆହୁରି କମିବ ବୋଲି କୁହାଯାଇଛି । ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ସକାଳେ ଏବ˚ ସନ୍ଧ୍ୟାରେ ନିଆଁ ପୁଇଁ ହେଉଥିବା ନଜରକୁ ଆସୁଛି ।

Post a Comment

0 Comments