AD

The temple will be open all night || ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

 


ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା। ଭକ୍ତଙ୍କୁ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଆଜି ରାତିସାରା ଶ୍ରୀମନ୍ଦିର ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଭକ୍ତଙ୍କ ସଂଖ୍ୟା ଦ୍ୱିଗଣିତ ହେବେ। କାଲି କିପରି ମହାପ୍ରଭୁଙ୍କ ନିତିକାନ୍ତି କରାଯିବ ସେନେଇ ପ୍ରସ୍ତୁତ ଚାଲିଛି। ରାତିସାରା ଆଜି ଶ୍ରୀମନ୍ଦିର ଖୋଲା ରହିବ। ତେଣୁ ଯେଉଁ ଭକ୍ତମାନେ ଚାହିଁବେ ରାତିରେ ଆସି ଦର୍ଶନ କରିପାରିବେ। ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ଆବଶ୍ୟକ ପଡିଲେ ଶ୍ରୀଜିଉଙ୍କ ପହଡ଼ ବନ୍ଦ କରାଯିବ।

 

Post a Comment

0 Comments