AD

The rescue operation has been suspended due to technical problems || ଟେକ୍ନିକାଲ୍ ସମସ୍ୟା ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ



୪୧ ଶ୍ରମିକ ନୂଆ ସୂର୍ଯ୍ୟୋଦୟ ଅପେକ୍ଷାରେ । ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଉଦ୍ଧାର ପାଇଁ ଆଉ ୧୪ ମିଟର ବାକି ରହିଛି । କିନ୍ତୁ ଟେକ୍ନିକାଲ୍ ସମସ୍ୟା ଯୋଗୁ ପୁଣି ଥରେ ଉଦ୍ଧାର ଅଭିଯାନ ସ୍ଥଗିତ ରହିଛି । ଡ୍ରିଲିଂ କାମ ଶୁକ୍ରବାର ରାତିରୁ ବନ୍ଦ ରହିଛି ।

ପୁଣି ମେସିନ ଆଗରେ ଏକ ଧାତବ ଅଂଶ ଆସିବାରୁ କାମ ବନ୍ଦ ରହିଛି । ଉଦ୍ଧାରକାରୀ ଟିମ୍ ହାତରେ ଡ୍ରିଲିଂ ପାଇଁ ରେସକ୍ୟୁରେ ବିଳମ୍ବ, ପ୍ରସ୍ତୁତ ହେଲା ନୂଆ ପ୍ଲାନ୍ବିଚାର କରୁଛନ୍ତି । ମେସିନ ସାହାଯ୍ୟରେ ବାରମ୍ବାର ବାଧା ଉପୁଜୁଥିବାରୁ ହାତରେ ଖୋଳିବାକୁ ଯୋଜନା କରାଯାଉଛି । ତେବେ ଏହି ବିକଳ୍ପ ଆପଣାଇଲେ ରେସକ୍ୟୁ ଅପରେସନରେ ଅଧିକ ସମୟ ଲାଗିପାରେ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭିତରକୁ ପ୍ରବେଶ କରାଯିବ ୬ ମିଟର ଲମ୍ବର ଦୁଇଟି ପାଇପ୍ । ଏଥିରେ ଷ୍ଟ୍ରେଚର ମାଧ୍ୟମରେ ବାହାରିବେ ଫସି ରହିଥିବା ଶ୍ରମିକ। ରେସକ୍ୟୁ ଅପରେସନ୍ ସମୟ ପାଖେଇବା ସହ ବଢୁଛି ଉତ୍କଣ୍ଠା ।


Post a Comment

0 Comments