ଆଜି କାର୍ତ୍ତିକ
ମାସର ବଡ ପର୍ବ ବଡ଼ଓଷା । ବାବା ଧବଳେଶ୍ଵର ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି । ଆଜି
ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧିକ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗିହେବ ଗଜଭୋଗ ଓ ତରଣ।
ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ
ବ୍ରତ ଉଦ୍ଯାପନ କରିଥାନ୍ତି। ସେଥିପାଇଁ ଆଜି ରାତି ୩ଟାରେ ଦ୍ଵାର ଫିଟାଯାଇ୧୦୮ ଗରା ଜଳରେ
ମହାସ୍ନାନ କରାଯାଇ, ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ
ଦର୍ଶନ ପାଇଁ ଛଡ଼ା ଯାଇଥିଲା। ମଧ୍ୟ ରାତ୍ରରେ ଗଜ ଭୋଗ ଲାଗି ହେବା ପରେ ଭୋରରୁ ଏହି ପ୍ରସିଦ୍ଧ
ଗଜଭୋଗ ଓ ତରଣ ବିତରଣ କରାଯିବ।
ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ
ପ୍ରକାର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ , ନଦୀ ଘାଟରେ
ଓଡ୍ରାଫ , ଅଗ୍ନିଶମ ବାହିନୀ , ମେଡିକାଲ ଟିମ ମୁତୟନ ହେବା ସହ ପୀଠରେ ଆଠଗଡ ଉପଜିଲ୍ଲାପାଳ ଓ
କଟକ ଗ୍ରାମାଞ୍ଚଳ ଏସ୍ପି ଉପସ୍ଥିତ ରହି ତଦାରଖ କରୁଛନ୍ତି । ଲମ୍ବାଧାଡିରେ ସକାଳୁ ବ୍ୟାରିକେଟ
ଦେଇ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।
0 Comments
Please do not enter any Spam Link in the comment Box ,