AD

The 4-year-old girl raped by the police ୪ ବର୍ଷୀୟା ଶିଶୁକୁ ବଳାତ୍କାର କରି ଖାଇଲେ ଛେଚା

 


ପୋଲିସ ବର୍ଦ୍ଦିରେ ଲାଗିଲା କଳଙ୍କ । ପୋଲିସର ପ୍ରଥମ ପ୍ରାଥମିକତା ଲୋକଙ୍କୁ ସୁରକ୍ଷା ଯୋଗାଇବା । ମାତ୍ର ଜଣେ ୪ ବର୍ଷୀୟା ଦଳିତ ନାବାଳିକା ଉପରେ ଲୋଲୁପ ଦୃଷ୍ଟି ପକାଇଲେ ପୋଲିସ ଅଧିକାରୀ। ଆଉ ଏକୁଟିଆ ପାଇ ତାର ବଳାତ୍କାର ବି କଲେ। ଏପରି ଅଭାବନୀୟ ଘଟଣା ରାଜସ୍ଥାନର ଦଉସା ଅଞ୍ଚଳରେ ଘଟିଛି।

ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିବା ସହ ସମ୍ପୃକ୍ତ ସବ୍‌- ଇନ୍ସପେକ୍ଟରଙ୍କୁ ନିର୍ଧୂମ ଛେଚିଛନ୍ତି। ଏହାପରେ ପୁଲିସ୍ ପହଞ୍ଚି ତାଙ୍କୁ ବାନ୍ଧିଛି ।  ଅଭିଯୋଗ ଅନୁଯାୟୀ, ସବ୍‌-ଇନ୍ସପେକ୍ଟରଜଣକ ଭୂପେନ୍ଦ୍ରର ସିଂ ସମ୍ପୃକ୍ତା ନାବାଳିକାକୁ ନିଜ ରୁମ୍‌କୁ ଡାକି ନେଇଥିଲେ। ଏହାପରେ ସେ ସେଠାରେ ଛୁଆଟିର ବଳାତ୍କାର କରିଥିଲେ। ପରିବାର ଆଗରେ ଏନେଇ ଛୁଆଟି କାନ୍ଦି କାନ୍ଦି  କହିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

ଖବର ପ୍ରଚାରିତ ହେବା ପରେ ଶହ ଶହ ଉତ୍ତ୍ୟକ୍ତ ଲୋକେ ରାହୁୱାସ ପୁଲିସ୍‌ ଷ୍ଟେଶନ ଘେରାଉ କରିଥିଲେ। ସେମାନେ ଉକ୍ତ ସବ୍‌-ଇନ୍ସପେକ୍ଟରଙ୍କୁ କାବୁ କରି ନିର୍ଧୂମ ଛେଚିବା ପରେ ପୁଲିସ୍‌ ତାଙ୍କୁ ମୁକୁଳାଇବା ସହ ବାନ୍ଧିଛି। ପୀଡ଼ିତାଙ୍କ ମେଡିକାଲ ଟେଷ୍ଟ କରାଯିବା ସହ ତାଙ୍କ ବୟାନ ରେକର୍ଡ କରାଯାଇଛି।

Post a Comment

0 Comments