AD

of tribal communities Unique marriage ceremony ଆଦିବାସୀ ସମ୍ପ୍ରଦାୟର ନିଆରା ବାହାଘର

 


ଅନେକ ବାହାଘର ଆମେ ସମସ୍ତେ ଦେଖିଛେ । ହେଲେ ମୟୁରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ବାହାଘର କେମିତି ହୁଏ ତାହାକୁ ନେଇ ଆମର ସ୍ବତନ୍ତ୍ର ରିପୋର୍ଟ...କଳା ସଂସ୍କୃତି ହେଉ କି ଖାଦ୍ୟପେୟ ବା ହେଉ ପର୍ବପର୍ବାଣୀ, ମୟୁରଭଞ୍ଜରେ ସବୁକିଛି ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ସେଭଳି ଅନେକ ନିଆରାପଣ ନେଇ ଆୟୋଜିତ ହେଉଛି ମୟୁରଭଞ୍ଜ ମହୋତ୍ସବ । ୧୦ ଦିନର ଏହି ମହୋତ୍ସବରେ ସୋମବାର ୫ମ ସନ୍ଧ୍ୟାରେ ମଞ୍ଚ ରେ ଅନୁଷ୍ଠିତ ହୋଇଛି ଏକ ସତସତିକା  ବାହାଘର । ସେ ପୁଣି ଆଦିବାସୀ ସମ୍ପ୍ରଦାୟର ବାହାଘର। ଏଇ ବାହାଘରର ଦୃଶ୍ୟ ଥିଲା ଅତି ସୁନ୍ଦର। ମଞ୍ଚ ସାଜିଥିଲା କନିଆ ଘର । 

ଯେଉଁଠି କନ୍ୟାପକ୍ଷ ବର ଓ ବରଯାତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ। ପାରମ୍ପାରିକ ବାଜାବାଣ ନାଚଗୀତ ମଧ୍ୟରେ ଭାଇ କାନ୍ଧରେ ବସି ବର ପହଞ୍ଚିଥିଲେ ମଞ୍ଚ ତଳେ। ସେଠାରେ କନ୍ୟା ପକ୍ଷ ବରଯାତ୍ରୀ ଙ୍କୁ ବରଣ କରି ପାଛୋଟି ନେଇଥିଲେ ମଞ୍ଚ ଉପରକୁ। ପରମ୍ପରା ଅନୁଯାୟୀ କନ୍ୟା ର ଭାଇମାନେ ଏ ଝୁଡି ରେ କନ୍ୟାକୁ ବସାଇ ବର ପାଖକୁ ଆଣିବା ପରେ ହୋଇଥିଲା ସିନ୍ଦୁର ଦାନ। 

ମୟୁରଭଞ୍ଜ ମହୋତ୍ସବ ମଞ୍ଚରେ ହଜାର ହଜାର ଦର୍ଶକ ଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଗଲେ କୁଳିଅଣା ବ୍ଲକ ମୁଣ୍ଢାକଟା ଗାଁର ବର ରାଜେନ ମୁର୍ମୁ ଓ ଶୁଳିଆପଦା ବ୍ଲକ ବାଘଡା ଗାଁ ର କନିଆଁ ଗୋଲାପୀ ମୁର୍ମୁ।  ଏହିଭଳି ଏକ ବାହାଘରକୁ ନେଇ ସବୁଠି ଚର୍ଚ୍ଚା ।

Post a Comment

0 Comments