AD

ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ Inauguration of Parikrama project on 17th January

 


ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ହେବ । ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବାକୁ ଥିବା ବେଳେ ଜାନୁଆରୀ ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ । ୫ ଦିନ ହୋମଯଜ୍ଞ ହେବା ପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ ।

ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଏନେଇ ରୂପରେଖ ଚୂଡାନ୍ତ ହେବ । ଆଜି ଗ୍ରାଉଣ୍ଡ ଜିରୋରେ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଗତପତି ମହାରାଜ ଦିବ୍ୟସିଂହ ଦେବ । ସେ କହିଛନ୍ତି, ଯାତ୍ରୀ ପରିକ୍ରମା ପ୍ରକଳ୍ପ ଏକ ବିରାଟ କାର୍ଯ୍ୟ। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ସରିବା ନେଇ ଉଦ୍ୟମ ଜାରି ରହିଛି । ସେହିପରି ଶ୍ରୀସେତୁ ପ୍ରକଳ୍ପର ମଧ୍ୟ ବୁଲି ଦେଖିଛନ୍ତି ଗଜପତି ମହାରାଜ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ ୨୦୨୧ ଡିସେମ୍ବର ୨୧ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ସରିଥିଲା । ପ୍ରକଳ୍ପ ମଧ୍ୟରେ ମୁଖ୍ୟ ଆକର୍ଷଣ ରହିଛି ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର, ଭଜନ ମଣ୍ଡପ, ସଂସ୍କୃତି ମଣ୍ଡପ, କ୍ଲୋକରୁମ୍,ସୂଚନା ଓ ଦାନକେନ୍ଦ୍ର, ସର୍ବସାଧାରଣ ଶୌଚାଳୟ, ସେବାୟତ ଶୌଚାଳୟ,ବିଶ୍ରାମ ସ୍ଥଳ, ଜେଟିପି ଆଉଟ୍ ପୋଷ୍ଟ, ଏଟିଏମ କିଓସ୍କୋ, ଜରୁରୀ ଯାତାୟାତ ମାର୍ଗ ଓ ସ୍ଥାୟୀ ଯାତାୟାତ ମାର୍ଗ, ଲ୍ୟାଣ୍ଡ ସ୍କେପ ଓ ଫୁଟପାଥ ରହିଛି ।

Post a Comment

0 Comments