AD

Holy Kartik month Gopastami ପବିତ୍ର କାର୍ତ୍ତିକ ମାସ ଗୋପାଷ୍ଟମୀ

 


ପବିତ୍ର  କାର୍ତ୍ତିକ ମାସ ଗୋପାଷ୍ଟମୀ । ଏହି ଅବସରରେ ଜଟଣୀ ସ୍ଥିତ ଶ୍ରୀ ଜଗନ୍ନାଥ ପୁରୀ ଗୋ-ଶାଳା ରେ ଗୋମାତାଙ୍କ ପୂଜା ଅର୍ଚ୍ଚନା କରାଯିବା ସହ ଗୋ- ସୁରକ୍ଷା କୁ ନେଇ ସଚେତନତା କରାଯାଇଛି। ଏହି ଉତ୍ସବ ରେ ଅଭିଭକ୍ତ ପୁରୀ ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି।

ଶାସ୍ତ୍ର ଅନୁଯାଇ ଗୋ ମାତାଙ୍କ ଶରୀରରେ ଦେବା ଦେବୀ ବାସ କରନ୍ତି। କାର୍ତ୍ତିକ ମାସ ଅଷ୍ଟମୀ ତିଥି ଗୋପାଷ୍ଟମୀ ନାମରେ ପାଳନ କରାଯାଏ। ଏହି ଦିନ ଶ୍ରୀକୃଷ୍ଣ ପ୍ରଥମେ ଗୋ ପାଳନ କରିଥିବା ବିଶ୍ବାସ ରହିଛି। ଏହି ଦିନରେ ଗୋ ମାତାଙ୍କୁ ପୂଜା ଅର୍ଚ୍ଚନା କରି ସେବା କଲେ କୋଟି ଜନ୍ମ ର ପୁଣ୍ୟ ମିଳିଥାଏ। ଏହି ଅବସରରେ ଜଟଣୀ ସ୍ଥିତ ଶ୍ରୀ ଜଗନ୍ନାଥ ପୁରୀ ଗୋ-ଶାଳା ରେ ଗୋପାଷ୍ଟମୀ ପାଳନ କରାଯାଇଛି। ଏଠାରେ ଥିବା 250 ରୁ ଉର୍ଦ୍ଧ ଗୋମାତାଙ୍କୁ ପୂଜା ଅର୍ଚନା କରାଯାଇ ସେମାନଙ୍କ ସେବା କରାଯାଇଛି। ଭଜନ କୀର୍ତ୍ତନ ପରିବେଷଣ ସହିତ ଗ୍ରାମ ନାଚ କରିଛନ୍ତି ଶ୍ରଧାଳୁ ଜଟଣୀ ଏବଂ ଅଭିଭକ୍ତ ପୁରୀ , କଟକ  ଜିଲ୍ଲାର ଶତାଧିକ ଶ୍ରଧାଳୁ ଏହି ଉତ୍ସବ ରେ ସାମିଲ ହୋଇଛନ୍ତି।

ଦୀର୍ଘ 138 ବର୍ଷ ହେବ ଜଟଣୀ ସ୍ଥିତ ଶ୍ରୀ ଜଗନ୍ନାଥ ପୁରୀ ଗୋ-ଶାଳା ରେ ଗୋପାଷ୍ଟମୀ ଉତ୍ସବ ମହାଆଡମ୍ବର ରେ ପାଳିତ ହୋଇଆସୁଛି। ଏହି ଅବସରରେ ଗୋ ପାଳନ ଏବଂ ଗୋ ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନତା କରାଯାଉଛି। ଗୋ ମାତାଙ୍କ ପୂଜା ସହ କିର୍ତ୍ତନ କରାଯିବା ସହ ଶ୍ରଧାଳୁମାନେ ଗୋମାତାଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି। ଗୋମାତାଙ୍କ ସୁରକ୍ଷା ପ୍ରତି ସମସ୍ତେ ସଚେତନ ହେବା ନେଇ ଜଟଣୀ ଶ୍ରୀ ଜଗନ୍ନାଥ ଗୋଶାଳା ପକ୍ଷରୁ କୁହାଯାଇଛି।

Post a Comment

0 Comments