AD

Historic Sands of Cuttack || କଟକର ଐତିହାସିକ ବାଲିଯାତ୍ରା

 


କଟକର ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାଲିଯାତ୍ରା ପଡିଆରେ ପହଁଞ୍ଚି ସାରିଲେଣି ବ୍ୟବସାୟୀ । ଖୋଲିଲାଣି ଦୋକାନ । ଲାଗିଲାଣି ବିଭିନ୍ନ ପ୍ରକାର ଦୋଳି । ଚଳିତବର୍ଷ ବାଲିଯାତ୍ରର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ଟନେଲ୍ ଆକ୍ବାରିୟମ । ଯାହାର ଭରପୁର ମଜା ନେବେ ଦର୍ଶକ।। ବାଲିଯାତ୍ରାର ସଂସ୍କୃତିକ ସନ୍ଧ୍ୟାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆସୁଛନ୍ତି ବଲିଉଡର ନାମୀଦାମୀ ସିଙ୍ଗର।

ବୁଲା ବୁଲି ସାଙ୍ଗକୁ କିଣାବିକା ଓ ସୁସ୍ଵାଦ୍ୟ ଖାଦ୍ୟର ଭରପୁର ମଜା ଉଠାଇବେ ଦର୍ଶକ । ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ସୁରକ୍ଷାକୁ ବି କଡ଼ାକଡ଼ି କରିଛି । ମୋଟ ୫୫ରୁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ। ସହରାଞ୍ଚଳ ପୋଲିସ ସହ ଜିଲ୍ଲା ପୋଲିସ ମଧ୍ୟ ସୁରକ୍ଷା ଦାୟିତ୍ବରେ ରହିବେ ।

 

Post a Comment

0 Comments