AD

From the underworld to the shrine A decorated flower-decorated chariot came || ପାତାଳୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଆସିଲା ସଜ ଫୁଲ - ସଜ ତୁଳସୀ ରଥ

 



ଶ୍ରୀ ଜଗନ୍ନାଥଙ୍କ ଅତି ପ୍ରିୟ ସଜ ଫୁଲ – ସଜ ତୁଳସୀ । ଶ୍ରୀ ଜୀଉମାନଙ୍କୁ ପ୍ରତ୍ୟହ ଲାଗିହୁଏ ସଜ ଫୁଲ – ସଜ ତୁଳସୀ । ଭକ୍ତ ହାତରୁ ଏଇ ସୁନ୍ଦର ଭେଟିରେ ତିନି ଠାକୁର ସର୍ବଦା ସନ୍ତୁଷ୍ଟ । ମହାପ୍ରଭୁଙ୍କ ପ୍ରତି ପର୍ବରେ ବିଭିନ୍ନ ସ୍ଥାନରୁ ମୂଲ୍ୟବାନ ସାମଗ୍ରୀ ଆସିଥାଏ । ରଥ ନିର୍ମାଣ ପାଇଁ କାଠ ଆସିଥାଏ । 

ମହାପ୍ରଭୁ ଲାଗି ହେବା ପାଇଁ ପାଟ ମଧ୍ୟ ଆସିଥାଏ । ସେଇଭଳି ବିଭିନ୍ନ ବେଶ ପାଇଁ ବିଭିନ୍ନ ସ୍ଥାନରୁ କିଛି ନା କିଛି ଆସିଥାଏ । ଅନ୍ତରର ଭକ୍ତି ଭାବନା ସହ ଶ୍ରଦ୍ଧାଳୁ ମାନେ ଦେବତାଙ୍କ ଲାଗି ଅନେକ କିଛି ଅର୍ପଣ କରିଥାନ୍ତି । ସେଇଭଳି ନାଗାର୍ଜୁନ ବେଶ ଲାଗି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାତାଳି କ୍ଷେତ୍ରର ପ୍ରତିଷ୍ଠିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ସଜଫୁଲ – ତୁଳସୀ ଆସିଥାଏ ଶ୍ରୀକ୍ଷେତ୍ରକୁ ।ଏଇ ତୁଳସୀ ରଥକୁ ସଭକ୍ତିର ସହ ଆଗକୁ ବଢ଼ିବାକୁ ଦେଇଥାନ୍ତି ଶ୍ରଦ୍ଧାଳୁ । 

ବିନିକା ସହରବାସୀ ଭଜନ ସଂକୀର୍ତ୍ତନ କରି ହୁଳହୁଳି – ହରିବୋଲ ନାଦରେ ତୁଳସୀରଥକୁ ଭକ୍ତିର ସହ ପଠାଇଥାନ୍ତି ଶ୍ରୀକ୍ଷେତ୍ରକୁ । ମଙ୍ଗଳବାର ସକାଳ ସମୟରୁ ତୁଳସୀରଥ ପାତାଳି କ୍ଷେତ୍ରରୁ ବାହାରି ବିନିକା, ସୋନପୁର, ବୌଦ୍ଧ, ନୟାଗଡ ଓ ଭୁବନେଶ୍ବର ଦେଇ ଜଗନ୍ନାଥ ଧାମ ପୁରୀ ଶ୍ରୀକ୍ଷେତ୍ରକୁ ପହଞ୍ଚିଛି । ଏହି ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି ।

Post a Comment

0 Comments