AD

Fine workmanship in chalk and wood ଚକ୍ ଓ କାଠରେ ସୂକ୍ଷ୍ମ କାରିଗରୀ


ଚକ୍ ଓ କାଠରେ  ସୂକ୍ଷ୍ମ  କାରିଗରୀ । ବିନା ବାଣରେ ଦୀପାବଳୀ ପାଳନର ବାର୍ତ୍ତା ଦେଇଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଚକ୍ ଓ କାଠରେ ତିଆରି କରିଛନ୍ତି ଅଷ୍ଟକାଳୀ ମୂର୍ତ୍ତୀ ।  ସେ ସମସ୍ତଙ୍କୁ ସବୁଜ ଦୀପାବଳୀ ପାଳନ କରିବାକୁ ଅପିଲ କରିଛନ୍ତି।  ସମସ୍ତେ ମିଳିମିଶି ମାଟିଦୀପ ଜଳାଇ କୁମ୍ଭକାର ମାନଙ୍କୁ ସାହାଯ୍ୟ କରିବା ଲାଗି ନିବେଦନ କରିଛନ୍ତି । ତା ସହିତ ବିନା ବାଣରେ ଦୀପାବଳୀ ପାଳନ କରିବା ପାଇଁ ବାର୍ତ୍ତା ରଖିଛନ୍ତି । 

ଶିଳ୍ପୀ ସତ୍ୟ ନାରାୟଣ ଚକ୍ ରେ ୬ଟି, କାଠରେ ୨ଟି କାଳୀ ମୂର୍ତ୍ତୀ ପ୍ରସ୍ତୁତ କରିଛନ୍ତି। ଚକ୍ ରେ ବୈଷ୍ଣବ କାଳୀ ମୂର୍ତ୍ତୀ ତିଆରି କରିଛନ୍ତି ସତ୍ୟ. । ଚକ୍ ରେ ନିର୍ମିତ କାଳୀମୂର୍ତ୍ତୀ ଗୁଡିକର ଉଚ୍ଚତା ଯଥାକ୍ରମେ ଏକ ଦଶମିକ ୬ ସେଣ୍ଟିମିଟର, ଏକ ଦଶମିକ ୮ ସେଣ୍ଟିମିଟର, ୨ ସେଣ୍ଟିମିଟର, ଏକ ଦଶମିକ ୯ ସେଣ୍ଟିମିଟର, ୨ ସେଣ୍ଟିମିଟର ଏବଂ ଦୁଇ ଦଶମିକ ୪ସେଣ୍ଟିମିଟର ରହିଛି । ସେହିପରି କାଠ ରେ  ମା ତାରାଙ୍କ ଉଚ୍ଚତା ୩ ସେଣ୍ଟିମିଟର, ଏବଂ ଶିବାରୁଢା କାଳୀ ଙ୍କ ଉଚ୍ଚତା ୩ ଦଶମିକ ୨ ସେଣ୍ଟିମିଟର ରହିଛି ।  ଏହା ସହ ଚକ୍ ରେ ୮ଟି ଦୀପ  କରିଛନ୍ତି ସତ୍ୟ । ୩ଟି ଦୀପର ଉଚ୍ଚତା ୨ ମିଲିମିଟର ରହିଥିବା ବେଳେ ଅନ୍ୟ ୩ଟି ଦୀପର ଉଚ୍ଚତା ୪ମିଲିମିଟର ଓ ୨ଟି ଦୀପର ଉଚ୍ଚତା ୬ ମିଲିମିଟର ରହିଛି ।

 ଏହି ସବୁ ତିଆରି କରିବାକୁ ସତ୍ୟଙ୍କୁ ଗୋଟିଏ ଦିନ ଲାଗିଛି.  । ବାଣରେ ଅଯଥା ପଇସା ଖର୍ଚ୍ଚ ନକରି, ପଇସାକୁ ଗରିବ ପରିବାର ଓ ପିଲାଙ୍କ ପାଇଁ କିଛି କିଣି ପ୍ରଦାନ କରି ତାଙ୍କ ମୁହଁରେ ହସ ଦେଖିବାକୁ ସତ୍ୟ ନିବେଦନ କରିଛନ୍ତି. । ସତ୍ୟନାରାୟଣଙ୍କର ଏଭଳି କଳାକୃତୀ କାରିଗରୀକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି ।


Post a Comment

0 Comments