ଖୁବ
ଶୀଘ୍ର ଟନେଲ ଭିତରୁ ଆସିବ ସୁସମ୍ବାଦ । ଆଜିକୁ ୧୨ ଦିନ ହେବ ଚାଲିଛି ଉଦ୍ଧାରକାର୍ଯ୍ୟ ।
ତେବେ ଏହି ୪୧ ଜଣଙ୍କ ମଧ୍ୟରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି ଏବଂ ଏଥିରେ ଜଣେ ଶ୍ରମିକ
ରହିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ତାଲବେଡା ଗ୍ରାମର ଭଗବାନ ଭତ୍ରା ।
ଉଦ୍ଧାରକାରୀ ଟିମ ମାନଙ୍କର କଠିନ
ପରିଶ୍ରମ ପରେ ଶ୍ରମିକଙ୍କ ଉଦ୍ଧାର ନିଶ୍ଚିତ ହେବାକୁ ନେଇ ଭଗବାନ ଭତ୍ରାଙ୍କ ଗ୍ରାମରେ ଉତ୍ସାହର
ମାହୋଲ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭଗବାନ ଭତ୍ରାଙ୍କ ଘରେ ଗ୍ରାମବାସୀଙ୍କ ଭିଡ଼
ଜମିଥିବା ବେଳେ ଗ୍ରାମର ମହିଳାମାନେ ମଧ୍ୟ ମୋବାଇଲ ଧରି ଖବର ଦେଖିବାରେ ବ୍ୟସ୍ତ ରହିଛନ୍ତି ।
ସେମାନେ ମଧ୍ୟ ବୁଝିସାରିଲେଣି କି ଆଉ ମାତ୍ର କିଛି ସମୟର ଅପେକ୍ଷା ପରେ ଭଗବାନ ଭତ୍ରା ଟନେଲ
ଭିତରୁ ବାହାରିବେ । ତେବେ ଗ୍ରାମବାସୀମାନଙ୍କ ମଧ୍ୟରେ ଏବେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।
ମଙ୍ଗଳବାର ଦିନ ସିସିଟିଭିରେ ଶ୍ରମିକଙ୍କ ଛବି ପ୍ରଥମ ଥର ପାଇଁ ଆସିଥିଲା । ଏହାପରେ ଶ୍ରମିକଙ୍କ
ପରିବାର ଲୋକଙ୍କ ମଧ୍ୟରେ ଜାଗିଥିଲା ଏକ ଆଶାର ଆଲୋକ ।
୧୨ ଦିନ
ପରେ ଆଲୋକ ଦେଖିବେ ୪୧ ଶ୍ରମିକ । ଅଳ୍ପ କେଇ ମିଟର ଦୂରରେ ଅଛନ୍ତି ଉଦ୍ଧାରକାରୀ ଦଳ । ଦୀର୍ଘ ୧୧
ଦିନ ଧରି ଟନେଲ ଭିତରେ ଫସି ରହିଥିବା ୪୧ ଶ୍ରମିକ ବାହାର ଦୁନିଆର ଆଲୋକ ଦେଖିବେ । ଯୁଦ୍ଧକାଳୀନ
ଭିତ୍ତିରେ ଚାଲିଛି ଉତ୍ତରକାଶୀ ଟନେଲରେ ଉଦ୍ଧାର କାର୍ଯ୍ୟ ।
ଭୁଶୁଡ଼ି ପଡ଼ିଥିବା ୬୦ ମିଟରରୁ ୪୫
ମିଟର ଟପିଲେଣି ଉଦ୍ଧାରକାରୀ । ତେବେ ଷ୍ଟିଲ ଚଟାଣ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି ।
ଟନେଲର ଉଭୟ ପାର୍ଶ୍ବରୁ ଏବଂ ଉପର ପଟୁ ଡ୍ରିଲ୍ ଚାଲିଛି । ଟନେଲ ମୁହଁରେ ଆମ୍ବୁଲାନ୍ସ ଧାଡ଼ି ହୋଇ
ଛିଡ଼ା ହୋଇଛି । ଉଦ୍ଧାର ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଶ୍ରମିକମାନଙ୍କୁ ହସ୍ପିଟାଲକୁ ନିଆଯିବ।
ସ୍ବତନ୍ତ୍ର ଭାବେ ସେଠାରେ ହସ୍ପିଟାଲ ବେଡ୍ ମଧ୍ୟ ନିର୍ମାଣ କରାଯାଇଛି ।
ଫସିଥିବା
ଶ୍ରମିକଙ୍କ ସଂପର୍କୀୟମାନେ ଟନେଲ ବାହାରେ ଅପେକ୍ଷା କରି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଶେଷ
ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅକ୍ସଜେନ ସିଲିଣ୍ଡର ନେଇ ଟନେଲ ଭିତରେ ପଶିଛନ୍ତି ଏନଡିଆରଏଫ
ଯବାନ । ଟନେଲ ନିକଟରେ ପୂଜାର୍ଚ୍ଚନା ମଧ୍ୟ ଚାଲିଛି । ସାରା ଦେଶବାସୀ ଏବେ ଖାଲି ଶ୍ରମିକଙ୍କ
ବାହାରକୁ ବାହାରିବାର ଅପେକ୍ଷା କରି ରହିଛନ୍ତି ।
0 Comments
Please do not enter any Spam Link in the comment Box ,