AD

The entire capital city of Delhi is under poison || ବିଷ ବଳୟରେ ପୁରା ରାଜଧାନୀ ଦିଲ୍ଲୀ

 




ବିଷ ବଳୟରେ ପୁରା ରାଜଧାନୀ ଦିଲ୍ଲୀ । ଗତକାଲି ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ମାନ ୪୦୦ ସ୍ତର ଟପିଛି । ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ଯ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ସକାଳୁ ସକାଳୁ ଅନେକ ସ୍ଥାନରେ ଭିଜିବିଲିଟି ୫୦୦ ମିଟର ବି ରହୁନି । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି ।

ବାୟୁ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନେକ କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର ।  ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଦୁଇ ଦିନ ପାଇଁ ବନ୍ଦ କରିବାକୁ ଦିଲ୍ଳୀ ସରକାର ଘୋଷଣା କରିଛନ୍ତି। ଅନ୍‌ଲାଇନରେ ପାଠପଢ଼ା ଲାଗି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ସରକାର ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରିଛନ୍ତି। କେବଳ ନିର୍ମାଣ କାର୍ଯ୍ୟ ନୁହେଁ, ଭଙ୍ଗାରୁଜା କାର୍ଯ୍ୟ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏଥିସହିତ ଜାତୀୟ ରାଜଧାନୀ ଭିତରକୁ ହାଲ୍‌କା ବାଣିଜ୍ୟିକ ଯାନ ଏବଂ ଡିଜେଲ୍‌ ଟ୍ରକ ପ୍ରବେଶକୁ ବନ୍ଦ ଘୋଷଣା କରିଛନ୍ତି। ଅନଲାଇନ୍‌ରେ ପିଲାଙ୍କୁ ପାଠ ପଢ଼ାଇବା ଲାଗି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଦୁଇଦିନ ପର୍ଯ୍ୟନ୍ତ ବିଦ୍ୟାଳୟଙ୍କୁ ନଆସିବା ଲାଗି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।

Post a Comment

0 Comments