AD

Elephant rescued from abandoned well ପରିତ୍ୟକ୍ତ କୂଅରୁ ହାତୀଛୁଆ ଉଦ୍ଧାର

 


ଦଳ ସହିତ ଖୁସିରେ ବୁଲୁଥିଲା । ସାରା ଜଙ୍ଗଲଟାକୁ ନିଜର କରିନେଇଥିଲା । ଫସଲ ନଷ୍ଟ କରିବା ସାଙ୍ଗକୁ ଦଳର ବଳରେ ଭାଙ୍ଗି ଦେଉଥିଲା ଲୋକଙ୍କ ଘର । ହେଲେ ନିଜେ ନିଜକୁ ବେଶୀ ଚାଲାକ ଭାବି ଏକୁଟିଆ ଜଙ୍ଗଲ ମୁହାଁ ହୋଇ ଏପଟେ ସେପଟେ ଧାଇଁଲା । ଶେଷରେ ଜଙ୍ଗଲ ନିକଟରେ ଥିବା ଚାଷ ଜମି ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଗଳିପଡିଲା ସାତ ବର୍ଷୀୟ ଦନ୍ତା ।

ଆଠମଲ୍ଲିକ ବନଖଣ୍ଡ ଅଏଡା ବନାଞ୍ଚଳରେ ଘଟିଛି ଏଭଳି ଘଟଣା । ରବିବାର ସକାଳୁ ଅଏଡା ବନାଞ୍ଚଳ ଖେସେରା ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅରେ ଗୋଟିଏ ଅଣ୍ଡିରା ହାତୀ ଖସି ପଡିଥିଲା.. । କିଛି ଛେଳି ଚରାଳି ହାତୀଟିକୁ ଦେଖି ଆଠମଲ୍ଲିକ ବନ ବିଭାଗକୁ ଖବର ଦେଇଥିଲେ... । ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଆସି ଜେସିବି ଦ୍ବାରା କୂଅକୁ ଚଉଡା କରି ଖୋଳି ହାତୀଟିକୁ ଉଦ୍ଧାର କରିଥିଲେ ।କୂଅରୁ ଉଦ୍ଧାର ପରେ ହାତୀଛୁଆଟି ଜଙ୍ଗଲ ଭିତରକୁ ଧାଇଁ ପଳାଇଥିଲା ।

Post a Comment

0 Comments