AD

Election awareness program will be started from school level || ସ୍କୁଲ ସ୍ତରରୁ ଆରମ୍ଭ ହେବ ନିର୍ବାଚନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

 


ସ୍କୁଲସ୍ତରରୁ ଆରମ୍ଭ ହେବ ନିର୍ବାଚନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ।  ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିର୍ବାଚନରେ ମତଦାନ କେତେ ଜରୁରୀ ସେ ସମ୍ପର୍କରେ ସଚେତନ କରାଯିବ। ସ୍କୁଲ ପାଠ୍ୟକ୍ରମରେ ନିର୍ବାଚନ ପ୍ରସ୍ତୁତିକୁ ସାମିଲ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହ ରାଜିନାମା ସ୍ୱାକ୍ଷର ହୋଇଛି।

ରାଜ୍ୟ ଶିକ୍ଷା ବୋର୍ଡ ଓ ଅନ୍ୟ ଶିକ୍ଷା ବୋର୍ଡଗୁଡିକୁ ମଧ୍ୟ ନିର୍ବାଚନ ସାକ୍ଷରତା ପାଠ୍ୟକ୍ରମକୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯିବ। ଷଷ୍ଠ ଶ୍ରେଣୀରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ଛାତ୍ର ଜୀବନରୁ ହିଁ ପିଲାଙ୍କ ମନରେ ଗଣତନ୍ତ୍ରରେ ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରାଯିବ। ଭାରତୀୟ ନିର୍ବାଚନ କମିଶନଙ୍କ ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସିପେସନ ବା SVEEPକୁ ସ୍କୁଲଓ କଲେଜକୁ ସମ୍ପ୍ରସାରଣ କରିବା ପାଇଁଏହି ପଦକ୍ଷେପ ନିଆଯାଇଛି। 


Post a Comment

0 Comments