AD

ମୃତ ହାତୀ କନ୍ଦାଇଦେଲା ମହିଳାଙ୍କୁ The dead elephant cried to the woman

 




ମୃତ ହାତୀ କନ୍ଦାଇ ଦେଲା ମହିଳାଙ୍କୁ । ଜଙ୍ଗଲରେ ବୁଲୁଥିବା ବେଳେ ଭୟଭୀତ ଥିଲେ ଗ୍ରାମବାସୀ । ହେଲେ ସେ କାହାର ଅନିଷ୍ଟ କରୁନଥିଲା । ଜଙ୍ଗଲରେ ନିଜର ଖାଦ୍ୟ ସଂଗ୍ରହ କରି ସାରା ଜଙ୍ଗଲକୁ ନିଜର କରିଦେଇଥିଲା । ଯିବାଆସିବା କରୁଥିବା ଲୋକ କିମ୍ବା ଗାଁ ଭିତରକୁ ପଶୁନଥିଲା ସେ । ତାକୁ ଲକ୍ଷ୍ମୀ ବୋଲି ଡାକୁଥିଲେ ଲୋକେ ।

ଗତ କିଛିଦିନ ଧରି ଲକ୍ଷ୍ମୀ ଅସୁସ୍ଥ ହୋଇପଡିଥିଲା । ଅସୁସ୍ଥ ଅବସ୍ଥାରେ ବନ୍ଧ ଭିତରେ ଛିଡା ହୋଇ ହୋଇ ମରିଗଲା ମାଇ ହାତୀ ଲକ୍ଷ୍ମୀ । କୁଲଢିଆ ଅଭୟାରଣ୍ୟ ମଙ୍ଗଳପୁର ବିଟ ଜlତପଦl ଜଙ୍ଗଲରେ ମଙ୍ଗଳାବନ୍ଧ ଭିତରେ କାଦୁଅରେ ଲକ୍ଷ୍ମୀ ଫଶି ଯାଇଥିଲା ।ତାକୁ କାଦୁଅରୁ ବାହାର କରିବା ଲାଗି ବନବିଭାଗ ଉଦ୍ୟମ ଜାରି ରଖିଥିଲା । ଶେଷରେ ଫେଲ ମାରିଲା ବନବିଭାଗ । ପାଣି ଭିତରେ ହିଁ ମରିଗଲା ଲକ୍ଷ୍ମୀ । ମୃତ ହାତୀକୁ ପାଣିରୁ ବାହାର କରି ବ୍ୟବଚ୍ଛେଦ ପରେ ପୋତିବା ସମୟରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ସ୍ଥାନୀୟ ମହିଳାମାନେ କାନ୍ଦି କାନ୍ଦି ମୃତ ଲକ୍ଷ୍ମୀକୁ ପୂଜା କରିବାକୁ ଜିଦ୍ ଧରିଥିଲେ । ଶେଷରେ ବନବିଭାଗ ଅଧିକାରୀ ଅନୁମତି ଦେବା ପରେ ମହିଳାମାନେ ପୂଜା କରି ଭୋ-ଭୋ ହୋଇ କାନ୍ଦିଥିଲେ ।

ହିଂସ୍ର ଜୀବ ହେଲେ ବି ତା ପ୍ରତି ସମସ୍ତଙ୍କର ଭଲପାଇବା ଦେଖି ଉପସ୍ଥିତ ଲୋକଙ୍କର ଆଖିରେ ଲୁହ ଜକେଇ ଆସିଥିଲା ।

Post a Comment

0 Comments