AD

Cuttack's historic Bali Yatra plot auction process started today ଆଜି ଠାରୁ ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା

 


ଆଜି ଠାରୁ ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଏହି ପ୍ରକ୍ରିୟା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ,କର୍ମଚାରୀମାନଙ୍କୁ ନେଇ ୧୦ ଟି ଟିମ କରାଯାଇଛି। ୧୦ ଟି ସ୍ଥାନରେ ଚାଲିଛି ପ୍ଲଟ ନିଲାମ ପ୍ରକ୍ରିୟା। ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା।

ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ବାରବାଟୀ ପ୍ୟାଲେସଠାରେ ତିନୋଟି ଟିମ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇଟି ଟିମ। ୮୯୪ ଜଣ ଆବେଦନକାରୀ ମୋଟ ୧୬୦୦ ଟି ପ୍ଲଟ ପାଇଁ କରିଛନ୍ତି ପଞ୍ଜିକରଣ। ଚଳିତ ବର୍ଷ ବାଲିଯାତ୍ରାରେ ମୋଟ ୧୪୦୦ ପ୍ଲଟ ଆବଣ୍ଟନ କରିବ ଜିଲ୍ଲା ପ୍ରଶାସନ। ତେବେ ଏହା ଭଲ ବ୍ୟବସାୟ ସହିତ ଲକ୍ଷାଧିକ ଲୋକଙ୍କ ସାମ୍ନାରେ ନିଜ ବ୍ୟବସାୟକୁ ପ୍ରଦର୍ଶନ କରିବାର ବଡ଼ ସୁଯୋଗ ବୋଲି ବ୍ୟବସାୟୀ କହିଛନ୍ତି।

Post a Comment

0 Comments