AD

ଭାରତୀୟ ଜାତୀୟ ସଂହତି ଆମର ଗର୍ବ ଓ ଗୌରବ

 


ଭାରତୀୟ ଜାତୀୟ ସଂହତି ଆମର ଗର୍ବ ଓ ଗୌରବ I ଆମ ଜାତୀୟ ସଂହତି ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି I ତେଣୁ ଜାତି, ଧର୍ମ, ବର୍ଣ୍ଣ ଓ ଭାଷା ଆଦି ସଂକୀର୍ଣ୍ଣ ଭାବନାରୁ ଉର୍ଦ୍ଧକୁ ଯାଇ ଆଗକୁ ବଢ଼ି ପାରିଲେ ଏକ ନୂଆ ଭାରତବର୍ଷ ଗଠନ ସମ୍ଭବ ବୋଲି ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା  ମତବ୍ୟକ୍ତ କରିଛନ୍ତି I

 ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି, ଭୁବନେଶ୍ୱରର ମିଳିତ ଅନନୁକୂଲ୍ୟରେ  ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଛି "ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ" I

 ଉତ୍ସବରେ ବିଶିଷ୍ଠ ଅତିଥି ଭାବେ ଯୋଗଦେଇ ବିଧାୟକ ତଥା ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି, ଭୁବନେଶ୍ୱରର ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ ଇନ୍ଦିରା ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ତାଙ୍କ ଉଦ୍ୟମ ବିଷୟରେ ଉଦବୋଧନ ଦେଇଥିଲେ I ଉତ୍ସବରେ ବିଶିଷ୍ଟ ପାଲା ଗାୟକ ଶ୍ରୀ ଖଗେଶ୍ୱର ମାର୍ଥା ଏବଂ ସାଥୀ କଳାକାରଙ୍କ ଦ୍ୱାରା "ଜାତୀୟ ସଂହତି" ଆଧାରିତ ପାଲା ପରିବେଷଣ କରିଥିଲେ I

Post a Comment

0 Comments