AD

ମାଆ ମଙ୍ଗଳାଙ୍କ ମନ୍ଦିର ମଧ୍ୟରେ ନାଗ ସାପ

 


ମାଆ ମଙ୍ଗଳାଙ୍କ ମନ୍ଦିର ମଧ୍ୟରେ ନାଗ ସାପ । ଦେବଗଡ ସହର ଛଅ ନମ୍ବର ୱାର୍ଡ ହାତୀ ଶାଳ ସାହିରେ ଜଣେ ବ୍ୟକ୍ତି ଙ୍କ ଘର ଅଗଣାରେ ଥିବା ମଙ୍ଗଳା ମନ୍ଦିର ମଧ୍ୟରେ ମାଆଙ୍କର ମୂର୍ତ୍ତୀ କଡରେ ଏକ ନାଗ ସାପ ଫଣା ଟେକି ରହିଥିବା ଦେଖିବାକୁ ମିଳିଥିଲା। ହାତୀ ଶାଳ ସାହିର ଜାଇ ପାତ୍ର ମାଆଙ୍କର ଜଣେ ଭକ୍ତ ହୋଇଥିବା ବେଳେ କିଛି ବର୍ଷ ତଳେ ଘର ନିକଟରେ ଥିବା ଅଁଳା ଗଛ ମୂଳରେ ଏକ ଛୋଟ ମନ୍ଦିର ନିର୍ମାଣ କରି ମାଆ ମଙ୍ଗଳା ଓ ଦୂର୍ଗା ଙ୍କ  ମୂର୍ତ୍ତୀ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରୁଥିଲେ। ନିତ୍ୟ ପୂଜା ସମୟରେ ମନ୍ଦିର ମଧ୍ୟରେ ମାଆଙ୍କର ମୂର୍ତ୍ତୀ କଡରେ ଏକ ନାଗ ସାପ ରହିଥିବା ଦେଖିବାକୁ  ପାଇଥିଲେ । ଏହି ଖବର ପ୍ରଚାର ହେବା ପରେ ଘଟଣାସ୍ଥଳକୁ ଜନସାଧାରଣଙ୍କ ସୁଅ ଛୁଟିଥିଲା । ମନ୍ଦିର ମଧ୍ୟରେ ମହାଦେବ ଙ୍କ ଆଗମନ ହୋଇଥିବା ମାନିନେଇ ତାଙ୍କ ପରିବାର ପକ୍ଷରୁ ସାପକୁ ପିଇବା ପାଇଁ କ୍ଷୀର ଦିଆଯାଇଥିଲା । ନାଗ ସାପଟି ବହୁ ସମୟ ଧରି ମୂର୍ତ୍ତୀ ପାଖରେ ରହିଥିବା ବେଳେ କାହାରି କିଛି କ୍ଷତି କରିନଥିବା ଜଣାପଡିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ର ବିଷୟବସ୍ତୁ ହୋଇଛି।

Post a Comment

0 Comments