ଅନେକ ଲୋକଙ୍କ ସ୍ୱପ୍ନ ବିମାନ ବିଜନେସ୍ କ୍ଲାସ୍ରେ
ଯାତ୍ରା କରିବା । ଅଧିକ ପଇସା ଖର୍ଚ୍ଚ କରୁଥିବା ଯାତ୍ରୀ ଟିକେଟ୍ ପାଇଁ ଏୟାରଲାଇନ୍ସରୁ ଅଧିକ
ଆରାମଦାୟକ ସିଟ୍ ଏବଂ ସୁସ୍ୱାଦୁ ବ୍ୟଞ୍ଜନ ସହିତ ଏକ ବଢ଼ିଆ ଅଭିଜ୍ଞତା ଆଶା କରନ୍ତି। କିନ୍ତୁ ଏମିତି
ଏକ ଘଟଣା ଘଟିଛି ଚାଇନା ଇଷ୍ଟର୍ନ ଏୟାରଲାଇନ୍ସର ଏକ ବିମାନରେ, ଯାହା ଲୋକଙ୍କ ଆଶାରେ ପାଣି
ଫିଙ୍ଗିଦେଇଛି।
ସୂଚନାଯୋଗ୍ୟ,
ଚାଇନା ଇଷ୍ଟର୍ନ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ମେନୁରେ କିଛି ଅଜବ ଲେଖା
ଦେଖିବାକୁ ପାଇଥିଲେ। ସେ ଏହାର ଏକ ଫଟୋ ଫେସବୁକରେ ସେୟାର କରିଥିଲେ। କନରାଡ ୱୁ ନାମକ ବ୍ୟକ୍ତି
ଅଭିଯୋଗ କରିଛନ୍ତି ଯେ ଏୟାରଲାଇନ୍ସ ବିଜନେସ୍ କ୍ଲାସ୍ର ଯାତ୍ରୀଙ୍କୁ କୁକୁର ଖାଦ୍ୟ ଖୁଆଉଛି।
ବ୍ୟକ୍ତି
ଜଣକ ମେନୁର ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ଆପିଟାଇଜର୍ରେ ସୁପ୍, ବ୍ରେଡ୍ ସହିତ ଅନେକ
ପ୍ରକାରର ଖାଦ୍ୟ ଦେଖିବାକୁ ମିଳୁଛି, ଯେଉଁଥିରେ ରହିଛି ଭାନିଲା ଚିଙ୍ଗୁଡ଼ି ଏବଂ ଗ୍ରିଲ୍ଡ
ଷ୍ଟିକ୍ ଭଳି ବ୍ୟଞ୍ଜନ। ତେବେ ଏହି ମେନୁରେ ବିବ୍ରତ କଲା ଭଳି ଏକ ଖାଦ୍ୟ ମଧ୍ୟ ଅନ୍ତର୍ଭୁକ୍ତ
ରହିଛି, ଯାହା ଆଶ୍ଚର୍ଯ୍ୟ କରିଦେଇଛି ଲୋକଙ୍କୁ ।
0 Comments
Please do not enter any Spam Link in the comment Box ,