AD

A non-resident apartment burglar ଅଣନିଃଶ୍ବାସୀ କଲେଣି ଆପାର୍ଟମେଣ୍ଟ ଲୁଟେରା



ଅଣନିଃଶ୍ବାସୀ କଲେଣି ଆପାର୍ଟମେଣ୍ଟ ଲୁଟେରା ।  ଆପାର୍ଟମେଣ୍ଟରୁ କଳାକନା ବୁଲାଇ ଖେଲାଇଲେଣି ଆତଙ୍କ ।   ଟେର୍ ପାଉନି ପୋଲିସ।

ରାଜଧାନୀରେ ଅପାର୍ଟମେଣ୍ଟ ଲୁଟେରା ପୁଲିସ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଲେଣି। ଏକ ମାସ ଧରି ରାଜଧାନୀର ବିଭିନ୍ନ ଥାନାରେ ଥିବା ଆପାର୍ଟମେଣ୍ଟ ରୁ ଲୁଟ୍ ଘଟଣା ଏବେ ପୁଲିସ୍ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ଗତ ଅକ୍ଟୋବର 15ତାରିଖରେ ଚନ୍ଦକା ଥାନା ଅନ୍ଧାରୁଆ ଅଞ୍ଚଳ ଏମ.ଜେ.ଉଡ଼ସ୍ ଆପାର୍ଟମେଣ୍ଟର 203 ନମ୍ବର ଫ୍ଲାଟ୍ ରେ ରହୁଥିବା ମହେଶ କୁମାର ପାଣିଙ୍କ ଫ୍ଲାଟ୍ ତାଲା ଭାଙ୍ଗି ଲୁଟେରା ମାନେ ସୁନା ହାର, ରୁପା କଏନ, ମଥାମଣି, ଦାମୀ ଘଣ୍ଟା ଆଦି ଜିନିଷପତ୍ର ଲୁଟ୍ କରାଯାଇ ଥିଲା ଯାହାର ଆନୁମାନିକ ମୂଲ୍ୟ ପାଖାପାଖି 5ଲକ୍ଷ୍ ଟଙ୍କା ହୋଇଥିବା ବେଳେ 17ତାରିଖରେ ରାଜବାଟିକା ଆପାର୍ଟମେଣ୍ଟରୁ ଚାରୋଟି ଘର ତାଲା ଭାଙ୍ଗି ଲୁଟେରା ମାନେ ଲୁଟି ନେଇଥିଲେ କୋଟିଏ ଟଙ୍କାର ଅଳଙ୍କାର ସହ ଦାମୀ ଜିନିଷ। 

ସେହିପରି ଭରତପୁର ସମେତ ବିଭିନ୍ନ ଥାନା ଅଂଚଳରେ ଆପାର୍ଟମେଣ୍ଟ ଲୁଟ ଏକ ଟ୍ରେଣ୍ଡ୍ ପାଲଟିଛି। ବିଶେଷ କରି ରାଜବାଟିକା ଆପାର୍ଟମେଣ୍ଟରେ ଚାରିଜଣ ଲୁଟେରା ଦୀର୍ଘ ସମୟ ଧରି ଲୁହା ରଡ ଏବଂ ମାରଣାସ୍ତ୍ର ଦ୍ଵାରା ଲୁଟ୍ ତରାଜ୍ ଚଳାଇଥିବା ସିସିଟିଭିରେ ହୋଇଛି କଏଦ୍ ଯାହାକୁ ଦେଖି କେବଳ ସ୍ଥାନୀୟ ଲୋକେ ନୁହେଁ ବରଂ ରାଜଧାନୀବାସୀ ଅଛନ୍ତି ଆତଙ୍କରେ। ସିରିଜ ଲୁଟ୍ ହୋଇଥିବା ଜାଣି 4ଟି ଥାନା ସମେତ ସ୍ପେଶାଲ ସ୍କ୍ୱାର୍ଡର 3ଜଣିଆ ଟିମ୍ ଦୀର୍ଘ ଏକମାସ ହେବ ବିଭିନ୍ନ ଜାଗାରେ ଗୁପ୍ତ ଭାବେ ଚଢ଼ାଉ ଜାରି ରଖିବା ସହ ଅନ୍ଧାରରେ ବାଡ଼ି ବୁଲାଇବା ପରି ଏକାଧିକ ସନ୍ଦିଗ୍ଧଙ୍କୁ ଆଣି ପଚରାଉଚରା କରୁଛି। ଘଟଣାସ୍ଥଳରୁ ପୁଲିସ୍, ସାଇଣ୍ଟିଫିକ୍ ଟିମ୍ ଏବଂ ଡ଼ଗ୍ ସ୍କ୍ବାର୍ଡ ଦ୍ଵାରା ସଂଗୃହୀତ ସବୁ ଏଭିଡେନ୍ସ ଓ ସିକ୍ୟୁରିଟି ଗାର୍ଡ ବୟାନ ଅନୁସାରେ ତଦନ୍ତ ଚଳାଇଛି ପୁଲିସ୍। ସେପଟେ ରାଜଧାନୀ ଭିତରେ ଲଗାତାର ସେଫ୍ ସିଟି ଡ୍ରାଇଭ୍ ସାଙ୍ଗକୁ ସ୍ପେଶାଲ୍ ଡ୍ରାଇଭ୍ ଚଳାଇଥିଲେ ସୁଦ୍ଧା ବିଭିନ୍ନ ଆପାର୍ଟମେଣ୍ଟର ତଥ୍ୟ କିପରି ବାହାରକୁ ଲିକ୍ ହେଉଛି ତାହା ଡିଟେକ୍ଟ କରିବା ଏବେ ପୁଲିସ୍ ପାଇଁ ଚାଲେଞ୍ଜ ଓ ଆଶ୍ଚର୍ଯ୍ୟର କଥା ପାଲଟିଛି।


Post a Comment

0 Comments