AD

More heat in October: Monsoon season ends with normal rainfall || ଅକ୍ଟୋବରରେ ଅଧିକ ତାତି: ସ୍ବାଭାବିକ ବର୍ଷାରେ ସରିଲା ମୌସୁମୀ ଋତୁ

 

    ସ୍ଵାଭାବିକ ବର୍ଷାରେ ଚଳିତ ବର୍ଷର ଚାରିମାସିଆ ମୌସୁମୀ ଋତୁର ଆଜି ଅନ୍ତ ଘଟିଛି। ଏହି ଚାରି ମାସରେ ପୂରା ଦେଶରେ ସର୍ବମୋଟ ୮୨୦ ମିମି ବର୍ଷା (ସ୍ଵାଭାବିକ ବର୍ଷା ୮୬୮.୬ ମିମିଠାରୁ ଅଳ୍ପ କମ୍ ) ରେକର୍ଡ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି। ଏଥିସହ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ପାଣିପାଗ ବିଜ୍ଞାନୀ ଯେଉଁ ଆତଙ୍କଜନକ ଚିତ୍ର ରଖିଛନ୍ତି, ତାହା ହେଲା- ଅକ୍ଟୋବର ମାସରେ କମ୍‌ ବର୍ଷା ହେବ, ସ୍ବାଭାବିକଠାରୁ ଅଧିକ ତାପମାତ୍ରା ରହିପାରେ। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୦୨୩ ମୌସୁମୀ ଋତୁରେ ଏଲ୍‌ନିନୋ ସତ୍ୱେ  କେତେକ ଅନୁକୂଳ କାରକ ଯୋଗୁ ୯୪.୪% ବର୍ଷା ହୋଇପାରିଛି, ଯାହା ସ୍ଵାଭାବିକ ନ ହେଲେ ବି ତାର ପାଖାପାଖି। ମୌସୁମୀ ପୂର୍ବରୁ ଏବର୍ଷ ସ୍ଵାଭାବିକ ବର୍ଷା ହେବ ନାହିଁ ଓ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତରାର୍ଦ୍ଧକୁ ଏଲ୍‌ନିନୋ (ସାମୁଦ୍ରିକ ଉଷ୍ମ ସ୍ରୋତ ଯାହାର ପ୍ରଭାବରେ ବର୍ଷା କମ୍ ହୋଇଥାଏ ଓ ପାଗ ଶୁଖିଲା ରହେ) ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ କହିଥିଲା।

Post a Comment

0 Comments