AD

Child surrogacy case at Capital Hospital: DNA test to be done today|| କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶିଶୁ ବଦଳ ମାମଲା: ଆଜି ହେବ ଡିଏନ୍‌ଏ ଟେଷ୍ଟ


 କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ହୋଇଥିବା ଶିଶୁ ବଦଳ ମାମଲାରେ ଆଜି ଶିଶୁ, ବାପା ଓ ମା’ଙ୍କ ଡିଏନ୍‌ଏ ଟେଷ୍ଟ ହେବ। ଏନେଇ କ୍ୟାପିଟାଲ୍‌ ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କ୍ୟାପିଟାଲ୍‌ ଥାନା ଅଧିକାରୀ କହିଛନ୍ତି ଯେ କୋର୍ଟରୁ ଡିଏନ୍‌ଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ମିଳିଥିଲେ ମଧ୍ୟ ଛୁଟି ପଡ଼ି ଯାଉଥିବାରୁ ଟେଷ୍ଟ କରାଯାଇ ନାହିଁ। ସୋମବାର ଛୁଟି ଥିଲେ ମଧ୍ୟ ଡିଏନ୍‌ଏ ଟେଷ୍ଟ କରାଯିବ। ଡିଏନ୍‌ଏ ଟେଷ୍ଟ ରିପୋର୍ଟ ମିଳିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ। ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ପତ୍ନୀ ମଙ୍ଗଳବାର ସକାଳ ୧୦ଟା ୧୫ ସମୟରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ପ୍ରସୂତି ବିଭାଗରେ ଏକ ଶିଶୁ ଜନ୍ମ ଦେଇଥିଲେ।ଏହାର ୬ ମିନିଟ୍‌ ପରେ ଅନ୍ୟ ଜଣେ ମହିଳା ମଧ୍ୟ ଏକ ଶିଶୁ ଜନ୍ମ ଦେଇଥିଲେ। ପ୍ରାଣକୃଷ୍ଣଙ୍କ ଅଭିଯୋଗ ଯେ ଓଟି ମଧ୍ୟରୁ ଜଣେ ମହିଳା ଆଟେଣ୍ଡାଣ୍ଟ ଆସି ତାଙ୍କର ପୁଅ ହୋଇଛି ବୋଲି କହି ଏକ ରେଜିଷ୍ଟରରେ ଦସ୍ତଖତ କରାଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ଫ‌ଟୋ ଉଠାଇବା ପାଇଁ ଡାକିବା ସମୟରେ ପ୍ରାଣକୃଷ୍ଣଙ୍କୁ ଏକ ନବଜାତ ଝିଅକୁ ଦେଇଥିଲେ। ଏହାକୁ ନେଇ ସେ ଆପତ୍ତି ଉଠାଇବା ସହ କ୍ୟାପିଟାଲ୍‌ ଥାନାରେ ଅଭି‌ଯୋଗ କରିଥିଲେ। ଏହି ଅଭିଯୋଗ ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପକ୍ଷରୁ ମହିଳା ପରିଚାରିକାଙ୍କୁ ନିଲମ୍ବନ କରାଯାଇଛି।

Post a Comment

0 Comments