AD

୧୩ ଫୁଟିଆ ଅଜଗର ଉଦ୍ଧାର

 


୧୩ ଫୁଟ ଲମ୍ବ ଅହିରାଜ ଉଦ୍ଧାର  । ଗତ ଦୁଇଦିନ ହେଲା ଗାଁ କୁକୁଡ଼ା ଫାର୍ମ ନିକଟରେ ବୁଲି ଗାଁ ଲୋକଙ୍କୁ ଭୟଭୀତ କରୁଥିଲା ଗୋଟିଏ ଅହିରାଜ । ବାଲେଶ୍ବର ଜିଲ୍ଲା ସୋର ଥାନା ଦେବଗିରି ପାହାଡ଼ ପାଦଦେଶ ସିଙ୍ଗାଖୁଣ୍ଟା ବଜାରରେ ଗତ ଦୁଇଦିନ ହେଲା ଏକ ୧୩ଫୁଟ ଲମ୍ବ ଅହିରାଜ ସାପ ବୁଲୁଥିବା ଦେଖିବାକୁ ମିଳିଥିଲା । ଶୁକ୍ରବାର ଦିନ ସିଙ୍ଗାଖୁଣ୍ଟା ବଜାରର ଲୋକେ ଅହିରାଜକୁ ଦେଖି ଭୟଭୀତ ହୋଇପଡିଥିଲେ ।  ଶେଷରେ ଲୋକମାନେ କୌଶଳ କରି ସାପଟିକୁ ନିକଟରେ ଥିବା କ୍ଲବ ଘରେ ସାପଟିକୁ ପୁରାଇ ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସେକ୍ ମିର୍ଜା କ୍ଲବ ଘରେ ପହଞ୍ଚି ଅହିରାଜକୁ ଉଦ୍ଧାର କରି ଔପଦା ବନ ବିଭାଗକୁ ହସ୍ତାନ୍ତର କରିଥିଲେ ।


Post a Comment

0 Comments