AD

Pakistan blamed India's intelligence agency for the suicide blast || ଆତ୍ମଘାତୀ ବିସ୍ଫୋରଣ ପାଇଁ ଭାରତର ଗୁଇନ୍ଦା ଏଜେନ୍‌ସିକୁ ଦାୟୀ କଲା ପାକିସ୍ତାନ



 

    ପାକିସ୍ତାନରେ ଘଟିଥିବା ଦୁଇଟି ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣାରେ ଭାରତର ଗୁଇନ୍ଦା ଏଜେନ୍‌ସିମାନେ ସମ୍ପୃକ୍ତ ବୋଲି ପାକିସ୍ତାନ ଅଭିଯୋଗ କରିଛି।ସୂଚ‌ନାଯୋଗ୍ୟ, ବଲୋଚିସ୍ତାନ୍‌ର ମସ୍ତୁଙ୍ଗ୍‌ ଜିଲ୍ଲାରେ ଏକ ମସ୍‌ଜିଦ୍‌ ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟ ୬୫କୁ ବୃଦ୍ଧି ପାଇଛି। ସେଦିନ ମହାପୁରୁଷ ମହମ୍ମଦ୍‌ଙ୍କ ଜୟନ୍ତୀ ପାଳନ ଅବସରରେ ଶୋଭାଯାତ୍ରାରେ ବହାର କରିବା ପାଇଁ ସେଠାରେ ଅନେକ ଲୋକ ସମବେତ ହୋଇଥିଲେ। ସେହି ସମୟରେ ସେଠାରେ ଥିବା ଗୋଟାଏ ପୁଲିସ ଗାଡ଼ି ନିକଟରେ ଆତ୍ମଘାତୀଜଣକ ବୋମା ବିସ୍ଫୋରଣ କରିଥିଲା।ଏହାର କିଛି ସମୟ ପରେ ଖୈବର୍‌ ପାଖ୍‌ତୁନ୍‌ଖ୍ବା ଅଞ୍ଚଳର ହାଙ୍ଗୁ ନଗରୀରେ ଥିବା ଏକ ମସ୍‌ଜିଦ୍‌ ନିକଟରେ ଆଉ ଏକ ବୋମା ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୫ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।ପାକିସ୍ତାନର ଅଭ୍ୟନ୍ତରୀଣ ମନ୍ତ୍ରୀ ସର୍‌ଫରାଜ୍‌ ବୁଗ୍‌ଟି ବଲୋଚିସ୍ତାନର ରାଜଧାନୀ କ୍ୱେଟ୍ଟାରେ କହିଛନ୍ତି ଯେ, ଏହି ଆତ୍ମଘାତୀ ଆକ୍ରମଣରେ ଭାରତର ରିସର୍ଚ ଆଣ୍ଡ୍‌ ଆନାଲିସିସ୍ ୱିଙ୍ଗ୍‌  ସମ୍ପୃକ୍ତ ଅଛି।

    କିନ୍ତୁ, ପାକିସ୍ତାନର ବିବୃତି ବିଷୟରେ ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଏଯାବତ୍‌ କ‌ୌଣସି ପ୍ରତିକ୍ରିୟା ରଖିନାହାନ୍ତି । ସେ କହିଛନ୍ତି, ମସ୍ତୁଙ୍ଗ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ତତ୍ୱମାନଙ୍କ ବିରୋଧରେ ବେସାମରିକ, ସାମରିକ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ସବୁ ମିଳିତ ଭାବେ ଆକ୍ରମଣ କରିବେ।

   ବିଶ୍ଳେଷଣ ନିମନ୍ତେ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କ ଡିଏନ୍‌ଏପଠାଯାଇଛି କହି ତଦନ୍ତ ଆରମ୍ଭ କରିବା ଲାଗି ଶନିବାର ଦିନ ରିପୋର୍ଟ ଫାଇଲ୍‌ କରିଥିବା କଥା କହିଛି।

Post a Comment

0 Comments