AD

Bird Sanctuary Mangalajodi ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡ଼ି

 


ଦେଶୀ ବିଦେଶୀ ପକ୍ଷୀ ମାନଙ୍କର ଅଭୟରଣ୍ୟ  ବୋଲାଉଥିବା ମଙ୍ଗଳାଯୋଡ଼ିରେ ପର୍ଯ୍ୟଟନର ରହିଛି ଭରପୁର ସମ୍ଭାର । ତେବେ ପ୍ରଚାର ପ୍ରସାର ଅଭାବ ସହ ଅନୁଷଙ୍ଗିକ ଭିତ୍ତି ଭୂମି ଅଭାବରୁ  ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିପାରିବାରେ  ସକ୍ଷମ ହୋଇ ପାରୁନି ମଙ୍ଗଳା ଯୋଡି ବିହଙ୍ଗ ବିହାର । ତେଣୁ ମଙ୍ଗଳା ଯୋଡ଼ିରେ କିଭଳି ପର୍ଯ୍ୟଟନର ସମ୍ଭାର ବୃଦ୍ଧି ପାଇବ ତା ସହ ପର୍ଯ୍ୟଟନକୁ ସାହାରା କରି ବଞ୍ଚୁଥିବା ଲୋକେ  ଭଲରେ ଚଳି ପାରିବେ ସେ ନେଇ ଅଣ୍ଟା ଭିଡିଛି ସ୍ଥାନୀୟ ପ୍ରଶାସନ ସହ ଘରୋଇ ସ୍ବେଛାସେବୀ ସଂଗଠନ 

 ଇଣ୍ଡିଆନ ଗ୍ରାମୀଣ  ସର୍ଭିସେସ ପକ୍ଷରୁ ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟର ସମ୍ମିଳନି  କକ୍ଷରେ  ମଙ୍ଗଳାଯୋଡି ରେ  ଦାୟିତ୍ୱ ବାନ ପର୍ଯ୍ୟଟନ ଅଭ୍ୟାସ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି, ଏହି କର୍ମଶାଳାରେ ଇଣ୍ଡିଆନ ଗ୍ରାମୀଣ ସର୍ଭିସେସ ର ଓଡିଶା ମୁଖ୍ୟ ଭାସ୍କର ଚନ୍ଦ୍ର ସାହୁ... କୁମାରେଶ ରାଉତ ଟାଙ୍ଗୀ ତହସିଲ ଡାର ଜନ୍ମେଜୟ ସାହୁ, ବିଡ଼ିଓ ଐଶ୍ଵର୍ଯ୍ୟା ସାମନ୍ତରାୟ.. ଟାଙ୍ଗୀ ବ୍ଲକ ସାମ୍ବାଦିକ ସଙ୍ଘ ସଭାପତି ପଦ୍ମନାଭ ବିଶ୍ୱାଳ ପରିବେଶ ବିତ ମାନସ ପ୍ରଧାନ, ମଙ୍ଗଳାଯୋଡି ପକ୍ଷୀ ସୁରକ୍ଷା ସମିତି ର କର୍ମକର୍ତ୍ତା, ନୌକା ଚାଳକ, ଗାଇଡ଼,ସ୍ଥାନୀୟ ବୁଦ୍ଧିଜୀବୀ ସାମ୍ବାଦିକ ମାନେ ଏଥିରେ ସାମିଲ ହୋଇ ନିଜ ନିଜର  ସୁଚିନ୍ତିତ  ପରାମର୍ଶ ରଖିଥିଲେ 

 ମଙ୍ଗଳା ଯୋଡି  ପକ୍ଷୀ ଅଭୟରଣ୍ୟ ଭାବେ ସାରା ବିଶ୍ୱରେ ଜଣାଶୁଣା, କାଜକିସ୍ତାନ, ସାଇ ବେରିଆ, ଋଷ ଆଦି ଦେଶରେ ଶୀତ ଋତୁରେ ବରଫ ପଡୁଥିବାରୁ  ଏଠାକୁ   ଲକ୍ଷ ଲକ୍ଷ ପକ୍ଷୀ 

ଉଡି ଆସନ୍ତି ନିଜ ନିଜର ଖାଦ୍ୟ ସନ୍ଧାନରେ । ଫଳରେ  ପକ୍ଷୀ ମାନଙ୍କୁ ଅତି ନିକଟରେ ପାଇ ତାଙ୍କର ସୌନ୍ଦର୍ଯ୍ୟ ରେ ଅଭିଭୂତ ହୋଇ ଯାଆନ୍ତି ପ୍ରକୃତି ପ୍ରେମୀ ଓ  ପ୍ରକୃତିକୁ ନିଜର ଜୀବନ ଭାବି ବଞ୍ଚୁଥିବା   ପର୍ଯ୍ୟଟକ 

ମଙ୍ଗଳାଯୋଡ଼ିରେ  କିଭଳି ପର୍ଯ୍ୟଟନର ଭିତ୍ତି ଭୂମିର ବିକାଶ କରାଯାଇ ପାରିବ ଶିଶୁ ମାନଙ୍କ ପାଇଁ ଚିଲଡ୍ରେନ ପାର୍କ ସୁବିଧା ଆଦି କରିବାକୁ ସମସ୍ତେ ମତ ବ୍ୟକ୍ତ କରିଥିଲେ । ଏହା ସହ ପକ୍ଷୀ ମାନଙ୍କର ଚଳ ପ୍ରଚଳ ରେ ମୋଟର ଡ଼ଙ୍ଗା ବାଧକ ସାଜୁଥିବା ବେଳେ ମାଛ ପୋଖରୀରେ   ବିସାକ୍ତ ରାସାୟନିକ ସାମଗ୍ରୀ ପକ୍ଷଯାଉଥିବାରୁ ସମ୍ମିଳନୀରେ ଉଦବେଗ ପ୍ରକାଶ ପାଇଥିଲା 

 

ଆଗାମୀ ଦିନରେ ପର୍ଯ୍ୟଟନ ର ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି । ଫଳରେ ମଙ୍ଗଳାଯୋଡ଼ି ପର୍ଯ୍ୟଟନ ମନାଚିତ୍ରରେ ଦୁଇ ପାଦ ବଢ଼ି ପାରିବ ।

Post a Comment

0 Comments