ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ
କଡାକଡି ହେବ । VLTପରିବହନ ଗାଡିରେ ଲାଗିବ
। (ଭେଇକିଲ ଲୋକେସନ ଟ୍ରାକିଂ ସିଷ୍ଟମ୍) ଓ ପ୍ୟାନିକ ବଟନ୍ । ସେପ୍ଟେମ୍ବର ୩୦ ପୂର୍ବରୁ
ପଞ୍ଜିକୃତ ହୋଇଥିବା ଗାଡ଼ିରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ । ଏନେଇ
ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି । ଅକ୍ଟୋବର ପହିଲାରୁ
ନୂଆ ଗାଡି ରେଜିଷ୍ଟ୍ରେସନ ସମୟରେ VLT ଓ ପାନିକ ବଟନ୍ ଲଗାଇବାକୁ ନିୟମ ଆଣିଲା ପରିବହନ ବିଭାଗ ।
ନୂଆ ଗାଡି ମାଲିକ VLT ଓ ପାନିକ ବଟନ୍ ନ ଲଗେଇଲେ ପଞ୍ଜିକରଣ କରି ପାରିବେନି
। ଶିକ୍ଷାନୁଷ୍ଠାନ ବସ୍, ଆମ୍ବୁଲାନ୍ସ, ସବୁପ୍ରକାରର କ୍ୟାବ୍, ଓମିନି ବସ୍, ମୋଟର କ୍ୟାବ୍, ପ୍ରାଇଭେଟ୍
ସର୍ଭିସ୍ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକର ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ
ବୋଲି ନୋଟିସରେ ଉଲ୍ଲେଖ ରହିଛି । କେବଳ ଦୁଇ ଚକିଆ, ତିନିଚକିଆ ଓ ରିକ୍ସା ଏଥିରୁ ବାଦ୍ ପଡ଼ିଛି ।
ଯାତ୍ରୀଙ୍କ ନିରାପତାକୁ ଦୃଷ୍ଟିରେ ରଖି ଏହି ଭିଏଲଟିଡ଼ି ଡିଭାଇସ୍ ଖଞ୍ଜିବାକୁ କୁହାଯାଇଛି ।
0 Comments
Please do not enter any Spam Link in the comment Box ,