AD

Two passenger trains on one track ଗୋଟିଏ ଟ୍ରାକ୍ ରେ ରହିଲେ ଦୁଇ ପାସେଞ୍ଜର ଟ୍ରେନ

 


କମ୍ ବ୍ୟବଧାନରେ  ଗୋଟିଏ ଟ୍ରାକ୍ ରେ ରହିଲେ ଦୁଇ ପାସେଞ୍ଜର ଟ୍ରେନ। ଟ୍ରେନ ରହିବା ପରେ ଯାତ୍ରୀ ଭୟଭୀତ। ଏଭଳି ଘଟଣା ଆଜି କଟକ ନିକଟ ଜଗତପୁର ଠାରେ ଦେଖିବାକୁ ମିଳିଛି। ଗୋଟିଏ ଟ୍ରାକରେ ଦୁଇଟି ମେମୁ ଟ୍ରେନ ଆସି ରହିଯାଇଥିଲେ।

ଟ୍ରେନ ଦୁଇଟି ପଛକୁ ପଛ ରହିଯିବ ଦେଖି ଯାତ୍ରୀଙ୍କ ମଧ୍ୟରେ ଛନକା ପଶି ଯାଇଥିଲା । ବହୁ ଯାତ୍ରୀ ତଳକୁ ଓହ୍ଲାଇ ପଡିଥିଲେ। ରେଳବାଇ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ପଷ୍ଟୀକରଣ ରଖିଛି । ରେଳବାଇର ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏଥିରେ କୌଣସି ଭୟ କରିବାର ଆବଶ୍ୟକତା ନଥିବା କହିଛନ୍ତି କଟକର ଷ୍ଟେସନ ମାଷ୍ଟର। ଦୁଇଟି ଯାକ ମେମୁ ଟ୍ରେନ ଗୋଟିଏ ଲାଇନରେ ଥିଲେ ମଧ୍ୟ ଉଭୟ ଗାଡ଼ି ମଧ୍ୟରେ ରେଳବାଇ ଦ୍ୱାରା ଧାର୍ଯ୍ୟ ୧୨୦ ମିଟରର ଦୂରତା ରହିଥିଲା। ରେଳବାଇ ପକ୍ଷରୁ ନୂଆ ସିଗନାଲ କାମ ଚାଲିଥିବାରୁ ଦୁଇଟି ଯାକ ଟ୍ରେନକୁ ଅଟକା ଯାଇଥିବା ସ୍ପଷ୍ଟ କରାଯାଇଛି।

 

Post a Comment

0 Comments