AD

Travel around the capital on e-buses without paying ରାଜଧାନୀରେ ଇ-ବସରେ ବିନା ପଇସାରେ କରନ୍ତୁ ଯାତ୍ରା

 


ରାଜଧାନୀରେ ଆଜି ଇ-ବସ୍ ଓ ଇ-ରିକ୍ସା ମାଗଣା । ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ ଯାତ୍ରୀ । CRUT ପକ୍ଷରୁ ଭୁବନେଶ୍ବରରେ ଗଡୁଥିବା ୫୦ଟି ମୋ ଇ-ବସ୍ ଓ ୫୦ଟି ଇ-ରିକ୍ସାରେ ମାଗଣାରେ ଯାତ୍ରୀ ଯାଇପାରିବେ ।

ସ୍ବଚ୍ଛ ବାୟୁ ଦିବସ ଅବସରରେ ଏଭଳି ନିଷ୍ପତ୍ତି ନିଆଯାଇଛି। ୧୦ଟି ରୁଟରେ ଭୁବନେଶ୍ବର ସହର ମଧ୍ୟରେ ଚାଲୁଛି ଇଲେକ୍ଟ୍ରିକ୍ ବସ୍ । ପରିବେଶକୁ ସ୍ବଚ୍ଛ ଓ ପ୍ରଦୂଷଣ ରୋକିବା ପାଇଁ ବିଏମସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମିଳିତ ସହଯୋଗରେ ସ୍ବଚ୍ଛ ବାୟୁ ଦିବସ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।


Post a Comment

0 Comments