ପୁଣି ଥରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ
ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଗତକାଲି ବସିଥିବା ଶ୍ରୀମନ୍ଦିର
ଅର୍ଥ ସବକମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡ଼ିକୁ
ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ ମାହାଲ ଦେବାକୁ ପଡ଼ିବ । ରୋଷଘର ଦର୍ଶନ, ରୋହିଣୀ କୁଣ୍ଡରୁ
ଜଳ ସଂଗ୍ରହ, କୋଇଲି ବୈକୁଣ୍ଠ ଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ, ନରେନ୍ଦ୍ରରେ ସଂକଳ୍ପ କରିବା
ଆଦି ଉପରେ ଦେୟ ଆଦାୟ ହେବ । ଶ୍ରୀମନ୍ଦିର ପ୍ରଶାସନ ଏହି ତୀର୍ଥ ଓ ପବିତ୍ର ସ୍ଥଳ ଗୁଡ଼ିକୁ ଟେଣ୍ଡର
କରି ମାହାଲ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ପ୍ରତିଦିନର ନୀତିକୁ ଦେଖି ପ୍ରଶାସନ ଭିତରକାଠକୁ
ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ୍ ବ୍ୟବସ୍ଥା କରିବ । ଫଳରେ ନିର୍ଦିଷ୍ଟ ସମୟ ପାଇଁ ଭକ୍ତ ଦେୟଯୁକ୍ତ
ଜଗା ଦର୍ଶନ କରିବେ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ପାରମାଣିକ ଦର୍ଶନ ସମୟ ଏବଂ ଟିକେଟ୍ ମୂଲ୍ୟ ଧାର୍ଯ୍ୟ
ହେବ । ଆୟ ବଢ଼ାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପରେ ଭାର ଲଦିଦେବାକୁ ବ୍ଲୁ
ପ୍ରିଣ୍ଟ ପ୍ରସ୍ତୁତ କରିଛି । ଶୋଷଣମୁକ୍ତ ପରିବେଶ ପାଇଁ ଏହି ଏସ୍ଓପି ଲାଗୁ ହେବ।
ଏଥିପାଇଁ
ଶ୍ରୀମନ୍ଦିର ପରିସରରେ ମା ମହାଲକ୍ଷ୍ମୀଙ୍କ ମନ୍ଦିରରେ ବସିବ ଦାନ ବାକ୍ସ। ୪ଟି ସ୍ଥାନରେ ବସିବ
ଦାନ ବାକ୍ସ। ଭକ୍ତ ନିବାସରେ ଟିଭି ଲାଗିବ। ସେପଟେ ରୋହିଣୀ କୁଣ୍ଡ ଓ ଗୁଣ୍ଡିଚା ମନ୍ଦିର ନିଲାମ
ପାଇଁ ଟେଣ୍ଡର ହେବ ବୋଲି ବୈଠକରେ ଆଲୋଚନା ହୋଇଛି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ
କୁମାର ଦାସ ସୂଚନା ଦେଇଛନ୍ତି।
0 Comments
Please do not enter any Spam Link in the comment Box ,