AD

Three frogs were found in the Kanshavashan river କାଂଶବାଂଶ ନଦୀରୁ ମିଳିଲେ ତିନି ଠାକୁର

 


ନଦୀରେ ଭାସି ଭାସି ଆସୁଥିଲେ ତିନିଠାକୁର । ପାଣିର ଗତି ଯେତେ ଅଧିକ ଥିଲା । ତାଠାରୁ ପ୍ରଖର ଗତିରେ ଭାସିଯାଉଥିଲେ ଆଗକୁ ଆଗକୁ । ନିଜର ଭକ୍ତକୁ ଦେଖି ଥମିଗଲେ ପ୍ରଭୁ । ସତେ ଯେମିତି ଭକ୍ତକୁ କୋଳେଇନେବେ । ବଡଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କୁ ନେଇ ଭକ୍ତ ପାଖରେ ପହଞ୍ଚିଗଲେ । ନଦୀକୂଳରେ ବସିଥିବା ଜଣେ ଭକ୍ତର ନଜର ପଡିଗଲା ତିନି ଠାକୁରଙ୍କ ଉପରେ । ନଦୀକୂଳରେ ବସିଥିବା ଅନ୍ୟ ଲୋକଙ୍କ ନଜର ପଡିବା ଆଗରୁ ପାଣିକୁ ଡେଇଁ ପଡିଥିଲେ ଭକ୍ତ ବୈନ ମଲ୍ଲିକ । ତିନି ଠାକୁରଙ୍କୁ ନେଇ କୂଳକୁ ଆଣି ଭାବବିହ୍ବୋଳ ହୋଇ କୋଳେଇ ନେଇଥିଲେ ବୈନ । ଆଖି ତାଙ୍କର ଭିଜି ଯାଇଥିଲା ଏକ ଭାବଭରା କୋହରେ । ଦିନେ ନିଜକୁ ନୀଚ୍ଚ ଜାତି ବୋଲି ବିବେଚନା କରୁଥିବା ବୈନ ତିନିଠାକୁରଙ୍କୁ ପାଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି । ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ଅନନ୍ତପୁର ପଞ୍ଚାୟତ ବାଲିଛନ୍ଦା ଘାଟ ନିକଟରେ । କାଂଶବାଂଶ ନଦୀରେ ଭାସି ଆସୁଥିଲେ ତିନି ଠାକୁର । ପୁରୁଷୋତ୍ତମପୁର ଅଞ୍ଚଳର ବୈନଙ୍କ ନଜରରେ ଆସିଥିଲେ ତିନି ଠାକୁର । ନଦୀରୁ ଉଦ୍ଧାର ପରେ ବୈନ ପ୍ରଥମେ ଘାଟ ନିକଟରେ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ । ତାପରେ ସେଠାରୁ ନେଇ ନିଜ ଘରକୁ ନେଇ ପୂଜାର୍ଚ୍ଚନା କରୁଛନ୍ତି । ଏଇ ଖବର ପ୍ରଚାରିତ ହେବା ପରେ ବୈନଙ୍କ ଘର ନିକଟରେ ଭିଡ ଦେଖିବାକୁ ମିଳିଛି । ବୈନଙ୍କ ଘରକୁ ଆସି ତିନିଠାକୁରଙ୍କୁ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରୁଛନ୍ତି  । ବୈନଙ୍କ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ନଦୀରେ ତିନିଠାକୁରଙ୍କ ଆର୍ବିଭାବକୁ ନେଇ ସମସ୍ତ ଭକ୍ତଙ୍କ ମନରେ ଅହେତୁକ ଭାବନା ଜାଗ୍ରତ ହୋଇଛି ।

Post a Comment

0 Comments