AD

The rover technology went into sleep mode ସ୍ଲିପମୋଡକୁ ଚାଲିଗଲା ରୋଭର ପ୍ରଜ୍ଞାନ

 


ମିଶନ ଶେଷ କରି ସ୍ଲିପମୋଡକୁ ଚାଲିଗଲା ରୋଭର ପ୍ରଜ୍ଞାନ। ଏନେଇ ଇସ୍ରୋ ଏକ ଟୁଇଟ କରିଛି। ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ନିଜ ମିଶନ ଶେଷ କରିଛି। ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପରେ ୧୧ ଦିନ ଧରି ପ୍ରଜ୍ଞାନ ସକ୍ରିୟ ରହିବା ସହ ବିଭିନ୍ନ ତଥ୍ୟ ପ୍ରେରଣ କରିଛି। ଚନ୍ଦ୍ରରେ ସୂର୍ଯ୍ୟାସ୍ତ ସହ ଏବେ ପ୍ରଜ୍ଞାନ ତାର ମିଶନ ଶେଷ କରି ଲ୍ୟାଣ୍ଡର ମାଧ୍ୟମରେ ସମସ୍ତ ତଥ୍ୟ ଇସ୍ରୋକୁ ପଠାଇ ସାରିଛି।

    ଅନ୍ୟପକ୍ଷରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ସମ୍ପୂର୍ଣ୍ଣ ଚାର୍ଜ ହୋଇ ରହିଛି। ଏବଂ ସେପ୍ଟେମ୍ବର ୨୨ରେ ଚନ୍ଦ୍ରରେ ପୁଣି ସୂର୍ଯ୍ୟୋଦୟ ହେଲେ ସୋଲାର ପ୍ୟାନେଲ ଗୁଡ଼ିକ ଆଲୋକ ଗ୍ରହଣ କରିବ। ଚନ୍ଦ୍ରରେ ପୁଣି ସୂର୍ଯ୍ୟୋଦୟ ପରେ ଯଦି କୌଣସି କାରଣରୁ ରୋଭର ସ୍ଲିପ ମୋଡରୁ ଫେରିବ ନାହିଁ ତା' ହେଲେ ଏହା ସୁବଦିନ ପାଇଁ ଚନ୍ଦ୍ରରେ ଭାରତର ପ୍ରତିନିଧି ଭାବେ ରହିଯିବ ବୋଲି ଇସ୍ରୋ କହିଛି। ଚନ୍ଦ୍ରଯାନରେ ଥିବା ଆଉ ଦୁଇଟି ପେଲୋଡ ଏପିଏକ୍ସଏକ୍ସ ଏବଂ ଏଲଆଇବିଏସକୁ ମଧ୍ୟ ଏବେ ବନ୍ଦ ରଖାଯାଇଛି।

Post a Comment

0 Comments