AD

The picture 'Madhu Varnabodh' will be released once again ଛବିଳ 'ମଧୁ ବର୍ଣ୍ଣବୋଧ' ପୁଣି ଥରେ ପ୍ରକାଶ ପାଇବ

 

ଛବିଳ 'ମଧୁ ବର୍ଣ୍ଣବୋଧ' ପୁଣି ଥରେ ପ୍ରକାଶ ପାଇବ।  ଅଦଲାତ ଏନେଇ ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିସାରିଛି । ଏହି ଦାୟିତ୍ବ ପୁଣିଥରେ ସଂସ୍କୃତି ବିଭାଗ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦିଆଯାଇଛି । ପ୍ରାଥମିକ ବିଦ୍ୟାଳୟ ସହ ବିଚ୍ଛିନ୍ନାଞ୍ଚଳରେ ଏହାକୁ ବଣ୍ଟନ କରାଯିବ ।  ଛାତ୍ରଛାତ୍ରୀ ପୁଣି 'ମଧୁ ବର୍ଣ୍ଣବୋଧ' ପଢିବେ ପୂର୍ବରୁ ଯାହା ସବୁଥିଲା ତାହା ପୁସ୍ତକରେ ସଂକଳିତ କରାଯିବାକୁ ଅଦଲାତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେହି ଆଧାରରେ କାର୍ଯ୍ୟ କରାଯିବ ।

        ୫୦ ହଜାର ବହି ପ୍ରଥମ ପର୍ଯ୍ୟାୟରେ କଟକର ସରକାରୀ ପ୍ରେସରେ ଛପାଯିବ । ମୂଳ ରଚନାକୁ ବାଦ ଦିଆନଯାଇ ଛପା ହେବ । ଏହାର ରୂପରେଖ କିଭଳି ରହିବ ଏ ସମ୍ପର୍କରେ ଏକ କମିଟି ଗଠନ କରାଯିବ । କମିଟି ନିଷ୍ପତ୍ତି ଅନୁସାରେ ପୁସ୍ତକ ଛପାଯିବ । ଭକ୍ତକବି ମଧୁସୂଦନ ରାଓଙ୍କ ଏହି ଅନନ୍ୟ ସୃଷ୍ଟିର ମୂଳ ପ୍ରକାଶନକୁ ବାଦ୍‌ ଦେଇ ନୂଆ କରି ଛାପା ଯାଇଥିବାରୁ କିଛି ବୁଦ୍ଧିଜୀବୀ ଏହା ଉପରେ ଆପତ୍ତି ଉଠାଇବା ସହ ମାମଲା ଅଦାଲତରେ ପହଞ୍ଚିଥିଲା ୨୦୧୪ରୁ ଏନେଇ ବିବାଦ ଦେଖା ଦେଇଥିଲା । ଏବେ ଏହାର ମୁଦ୍ରଣ ଦାୟିତ୍ବ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବାହାରେ ରହୁଥିବା ଓଡ଼ିଆ ଏଣିକି ଓଡ଼ିଆ ପଢିବେ । ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଥମରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପୁସ୍ତକ ପ୍ରସ୍ତତି କରାଯିବ। 

Post a Comment

0 Comments