AD

The health department is struggling to fight scrub typhus ସ୍କ୍ରବ ଟାଇଫସ୍ ରୋଗର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ସ୍ୱାସ୍ଥ୍ୟ ବିଭାଗ

 



ସ୍କ୍ରବ ଟାଇଫସ୍ ରୋଗର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ସ୍ୱାସ୍ଥ୍ୟ ବିଭାଗ । ବରଗଡ଼ ଜିଲ୍ଲା ଗସ୍ତ କରିବ ଭିମସାରରୁ ଏକ ମେଡିକାଲ ଟିମ୍ । ଭିମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନେତୃତ୍ୱରେ ଏହି ଟିମ ବରଗଡ଼ ଗସ୍ତ କରିବ ।

ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍କ୍ରବ ଟାଇଫସ ବ୍ୟାପୁଥିବାରୁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହାର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି । ବରଗଡ଼ ଗସ୍ତ କରିବାକୁ ଥିବା ଟିମ୍‌ରେ କମ୍ୟୁନିଟି ମେଡିସିନ, ମେଡିସିନ ଓ ମାଇକ୍ରୋ ବାୟୋଲୋଜିର ଡାକ୍ତର ଅଛନ୍ତି । ଏମାନେ ଘଟଣାର ଅନୁଧ୍ୟାନ କରି ତୁରନ୍ତ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ଦେବେ । ସ୍ୱାସ୍ଥ୍ୟ ବିଭାଗ ଏହି ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ।

Post a Comment

0 Comments