AD

The G-20 summit is over ସରିଲା ଜି-20 ସମ୍ମିଳନୀ

 


ସରିଲା ଜି-20 ସମ୍ମିଳନୀ । ଭାରତ ଏକ ଭବିଷ୍ୟତର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ସେ ଲକ୍ଷ୍ୟ ପୂରଣ ଦିଗରେ ଏବେ ପୂରା ବିଶ୍ୱ ଅଗ୍ରସର। ନୂଆଦିଲ୍ଲୀରେ G20 ଶିଖର ସମ୍ମିଳନୀର ଉଦଯାପନୀ ଘୋଷଣା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବକୁ ଶାନ୍ତି ପ୍ରସ୍ତାବ ଦେଇ ପୁଣିଥରେ ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଛନ୍ତି । ଉଦ୍‌ଯାପନୀ ଉଦ୍‌ବୋଧନରେ ଏକ ବିଶ୍ୱ, ଏକ ପରିବାର ଓ ଏକ ଭବିଷ୍ୟତ ପାଇଁ ପରିକଳ୍ପିତ ମାର୍ଗ ଆନନ୍ଦପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି ।

G20 ସମିଟ ନୂଆଦିଲ୍ଲୀରେ ଶେଷ ହୋଇଥିଲେ ବି ଭାରତର ଅଧ୍ୟକ୍ଷତା ଆଉ ଅଢ଼େଇ ମାସ ବାକି ରହିଛି । ଆସନ୍ତା ନଭେମ୍ବରରେ ଭର୍ଚ୍ଚୁଆଲ ଜରିଆରେ ଭାରତରେ ଆୟୋଜିତ G20 ସମ୍ମିଳନୀର ସମୀକ୍ଷା କରିବାକୁ ସଦସ୍ୟଭୁକ୍ତ ରାଷ୍ଟ୍ରନେତାଙ୍କୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମ୍ମିଳନୀ ଶେଷକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରୁ G-20 ଅଧ୍ୟକ୍ଷତାର ସୂଚକ ଗାଭେଲ ଗ୍ରହଣ କରିବା ସହ ନଭେମ୍ବର ୨୦୨୪ରେ ରିଓ ଡି ଜେନେରିଓ ଶିଖର ସମ୍ମିଳନୀକୁ ସଦସ୍ୟଭୁକ୍ତ ରାଷ୍ଟ୍ରନେତାଙ୍କୁ ସ୍ବାଗତ ଜଣାଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଦା ସିଲ୍‌ଭା ।

Post a Comment

0 Comments